ଜାତୀୟ

PMO ପାଇଲା ନୂଆ ଠିକଣା

0
(0)

ବଦଳିଲା ଇତିହାସ । PMO ପାଇଲା ନୂଆ ଠିକଣା । ସ୍ୱାଧୀନ ଭାରତର ଇତିହାସ ଏକ ନୂଆ ମୋଡ଼ ନେବାକୁ ଯାଉଛି । ଶେଷ ହେବ ବ୍ରିଟିଶ୍ ଯୁଗର ଚିହ୍ନ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ସାଉଥ୍ ବ୍ଲକ୍’ରୁ ବାହାରି ଏବେ ତାର ନୂଆ ଠିକଣା ସେବାତୀର୍ଥକୁ ଯିବ । ତେବେ ସଂଯୋଗର କଥା ୧୯୩୧ ମସିହା ଫେବୃଆରୀ ୧୩ ତାରିଖ ଦିନ ହିଁ ବ୍ରିଟିଶମାନେ ନୂଆଦିଲ୍ଲୀକୁ ଭାରତର ରାଜଧାନୀ ଭାବେ ଘୋଷଣା କରିଥିଲେ । ଆଉ ଆଜି ସମାନ ଦିନରେ ସାଉଥ୍ ବ୍ଲକ୍ ରୁ ବିଦାୟ ନେବ PMO ।

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଅଂଶବିଶେଷ ଭାବେ ନିର୍ମିତ ଅତ୍ୟାଧୁନିକ ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରିବେ । ଆଜି ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ପ୍ରଧାନମନ୍ତ୍ରୀ ଏହି ନୂତନ ଭବନଗୁଡ଼ିକର ଶୁଭାରମ୍ଭ କରିବେ । ଏହି ଅବସରରେ ସେ ‘ସେବା ତୀର୍ଥ’ ନାମକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିବେ ।

ସେବା ତୀର୍ଥରେ ରହିବ ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟାଳୟ । PMO ଐତିହାସିକ ‘ସାଉଥ୍ ବ୍ଲକ୍’ରୁ ପରିଚାଳିତ ହେଉଥିଲା । ଏବେ ଏହା ସମ୍ପୂର୍ଣ୍ଣ ଭାବେ ‘ସେବା ତୀର୍ଥ’କୁ ସ୍ଥାନାନ୍ତର ହେବ । ଏହି ପରିସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଓ କ୍ୟାବିନେଟ୍ ସଚିବାଳୟ କାର୍ଯ୍ୟ କରିବ । ପୂର୍ବରୁ ଏହାକୁ ‘ଏଗ୍ ଜିକ୍ୟୁଟିଭ୍ ଏନକ୍ଲେଭ୍’ କୁହାଯାଉଥିବା ବେଳେ, କ୍ଷମତା ପରିବର୍ତ୍ତେ ଜନସାଧାରଣଙ୍କ ସେବାକୁ ପ୍ରାଥମିକତା ଦେବା ପାଇଁ ଏହାର ନାମ ‘ସେବା ତୀର୍ଥ’ ରଖାଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE