ଜାତୀୟ

ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ

0
(0)

ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ । ଏଣିକି ପିଏମଓ ସେବାତୀର୍ଥ ନାଁରେ ଜଣାଯିବ । କାରଣ ପିଏମଓର ନାଁ ବଦଳି ହୋଇଛି ସେବାତୀର୍ଥ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେବାତୀର୍ଥ ନାମରେ ନାମିତ ହେବା ସହ ବିଚାର ମଧ୍ଯ ବଦଳିଲା । ପରିବର୍ତ୍ତିତ ନାମରେ ରହିଛି ଜନକଲ୍ୟାଣ ବାର୍ତ୍ତା ।

 

ଏହିକ୍ରମରେ କେନ୍ଦ୍ର ସଚିବାଳୟ ନାମ ହେଲା କର୍ତ୍ତବ୍ଯ ଭବନ । ପିଏମଓର କାର୍ଯ୍ୟଶୈଳୀ ଏବଂ ସାର୍ବଜନୀନ ସେବା ପ୍ରତି ସମର୍ପଣ ଭାବକୁ ସ୍ୱୀକୃତି ଦେଇ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ପରିବର୍ତ୍ତନର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପିଏମଓକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଲଭ କରିବା, ଯାହା ଦ୍ଵାରା ଲୋକମାନେ ସେମାନଙ୍କର ସମସ୍ୟା ଏବଂ ପରାମର୍ଶଗୁଡ଼ିକୁ ସହଜରେ କହିପାରିବେ ।

 

ତେବେ ସମାନ କମ୍ପ୍ଲେକ୍ସରେ ଥିବା ‘ସେବା ତୀର୍ଥ-୨’ ଏବଂ ‘ସେବା ତୀର୍ଥ-୩’ କୋଠାରେ କ୍ୟାବିନେଟ ସଚିବାଳୟ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA)ଙ୍କ ଅଫିସ ରହିବ। ପୁରୁଣା ଅଫିସରୁ ନୂଆ ଅଫିସକୁ ସ୍ଥାନାନ୍ତର ଆରମ୍ଭ ହୋଇସାରିଛି । ଗତକାଲି ଅନେକ ରାଜ୍ୟର ରାଜଭବନ ନାଁ ବଦଳିଛି । ନୂଆ ନାଁ ହୋଇଛି ଲୋକଭବନ ।

ପୂର୍ବରୁ ବଦଳିଛି ପିଏମଙ୍କ ଆବାସ ନାଁ

ସେପଟେ ଖାଲି ପିଏମଓ ନାଁ ନୁହେଁ ଏହା ପୂର୍ବରୁ ମୋଦୀ ସରକାର ଦିଲ୍ଲୀରେ ରାଜପଥର ନାଁ ବି ପରିବର୍ତ୍ତନ କରିଥିଲେ । ଯାହାକୁ ରାଜପଥ ବଦଳରେ ‘କର୍ତ୍ତବ୍ୟ ପଥ’ ବୋଲି ନାମିତ କରାଯାଇଥିଲା । ସେହିପରି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସକୁ ସେଭେନ୍ ରେସକୋର୍ସ ରୋଡ୍ ବୋଲି କୁହାଯାଉଥିଲା । ହେଲେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୬ରେ  ଏହାର ମଧ୍ୟ ନାମ ପରିବର୍ତ୍ତନ କରିଥିଲେ । ସେଭେନ୍ ରେସକୋର୍ସ ରୋଡ୍ ବଦଳରେ ସେତେବେଳେ ଏହାକୁ ‘ଲୋକ କଲ୍ୟାଣ ମାର୍ଗ’ ନାଁରେ ନାମିତ କରାଯାଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଲୋକଙ୍କ ସେବା ଆଉ କଲ୍ୟାଣ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE