ରାଜ୍ୟ

ପିଏନବି ପକ୍ଷରୁ ହୋମ ଲୋନେ ଏକ୍ସପୋ ଉଦଘାଟିତ

5
(1)

ପଞ୍ଜାବ ନ୍ୟାସନାଲ ବ୍ୟଙ୍କର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ଚନ୍ଦ୍ର ଭୁବନେଶ୍ୱର କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ହୋମ ଲୋନେ ଏକ୍ସପୋ କୁ ଉଦଘାଟନ କରିଛନ୍ତି ।

ପ୍ରକାଶ ଥାଉକି , ଚଳିତ ମାସ ୭ ଏବଂ ୮ ତାରିଖରେ ବ୍ୟାଙ୍କ ପକ୍ଷରୁ ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର , ଭୁବନେଶ୍ୱର, କଟକ ଓ ସମ୍ବଲପୁର ସମେତ ଦେଶର ୧୫୦ଟି ପ୍ରମୁଖ ସହରରେ ହୋମଲୋନ ଏକ୍ସପୋ ଆୟୋଜନ କରାଯାଉଛି ।ରାଜ୍ୟରେ ବ୍ୟାଙ୍କର ମୋଟ ଶାଖା ୩୪୫ଥିବା ବେଳେ ଏଥି ମଧ୍ୟରୁ ପ୍ରାୟ ଶତକଡ଼ା ୯୦ ପ୍ରତିଶତ ଶାଖା ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚରେ ରହିଥିବା କଥା ସେ ସୂଚନା ଦେଇଥିଲେ । କେନ୍ଦ୍ର ସରକାରଙ୍କ ଦ୍ଵାରା ଦିଆଯାଉଥିବା ସୂର୍ଯ୍ୟଘର ଯୋଜନାରେ ଲୋକ କିପରି ଲାଭବାନ ହେବେ ସେ ବିଷୟରେ ସେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି ସମ୍ବାଦିକ ସମ୍ମିଳନୀରେ ବ୍ୟଙ୍କର ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରାଜେଶ କୁମାର , ଉପ-ଆଞ୍ଚଳିକ ପ୍ରବନ୍ଧକ କ୍ଷେତ୍ରବାସୀ ମିଶ୍ର ଓ ଭୁବନେଶ୍ୱର ମଣ୍ଡଳର ମଣ୍ଡଳ ମୁଖ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଉପସ୍ଥିତ ଥିଲେ ।

How useful was this post?

Click on a star to rate it!

Average rating 5 / 5. Vote count: 1

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE