ପୋଲିସ ଡ୍ରାଇଭର ନିଯୁକ୍ତି ସର୍ବାଧିକ ବୟସ ସୀମା ୪ ବର୍ଷ କୋହଳ
ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗରେ ସର୍ବାଧିକ ବୟସସୀମା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ । ସର୍ବାଧିକ ବୟସ ସୀମା କୋହଳ ନେଇ ହୋଇଥିବା ପିଟିସନ ଉପରେ ଆସିଲା ରାୟ । ସର୍ବାଧିକ ବୟସ ସୀମା ୪ ବର୍ଷ କୋହଳ କଲେ ରାଜ୍ୟ ସରକାର । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଏଜି ପୀତାମ୍ବର ଆଚାର୍ଯ୍ୟ ।
ହାଇକୋର୍ଟରେ ଆବେଦନ କରିଥିବା ୧୨୪୫ ଜଣଙ୍କ କ୍ଷେତ୍ରରେ ଏହା ଲାଗୁ କରାଯିବ । ୪୦୫ଟି ଡ୍ରାଇଭର ପଦ ପାଇଁ ଗତ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ନିୟମିତ ପରୀକ୍ଷା ହୋଇ ନ ଥିବାରୁ ବୟସ ସୀମା ବୃଦ୍ଧି ପାଇଁ ଆବେଦନ କରିଥିଲେ ଆଶାୟୀ ପ୍ରାର୍ଥୀ ।
