ରାଜ୍ୟ

ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧିଲା ପୋଲିସ

0
(0)

ନେପାଳ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଆକ୍ସନ । ଦୁଇଜଣ ସିକ୍ୟୁରିଟି ଗାର୍ଡକୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଦୁଇ ସିକ୍ୟୁରିଟି ଗାର୍ଡ ହେଉଛନ୍ତି ରମାକାନ୍ତ ନାୟକ ଏବଂ ଯୋଗେନ୍ଦ୍ର ବେହେରା । ସମସ୍ତ ଛାତ୍ର ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେବା ସହ କମିଶନରେଟ ପୋଲିସ ପକ୍ଷରୁ ଖୋଲା ଯାଇଛି ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ । କୌଣସି ଅସୁବିଧାରେ ପଡିଲେ 8280338301 ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ ।

ଅନ୍ୟପଟେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ପରେ କ୍ୟାମ୍ପସ ଅଶାନ୍ତ ଦେଖିବାକୁ ମିଳିଛି। ସ୍ଥିତି ଆୟତ କରିବାକୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କମିଶନରେଟ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରେସ୍ ରିଲିଜ୍ ଜାରି କରି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ପୂରା ଘଟଣା ପାଇଁ କ୍ଷମା ମାଗିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି।

ଏହି ଘଟଣାରେ ୨ ଜଣ ସୁରକ୍ଷା କର୍ମୀ ନିଲମ୍ବିତ ହୋଇଛନ୍ତି । ୨ ସିନିୟର ହଷ୍ଟେଲ ଅଧିକାରୀଙ୍କ ଟିପ୍ପଣୀ ଦାୟିତ୍ବହୀନ ବୋଲି କହିବା ସହ ସେମାନଙ୍କୁ ନିଲମ୍ବନ କରାଯାଇଛି । ସେମାନଙ୍କ ମନ୍ତବ୍ୟକୁ ଆମେ ସମର୍ଥନ କରୁନାହୁଁ । ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ସେମାନେ ମଧ୍ୟ ଏଭଳି ବ୍ୟବହାର ପାଇଁ ଭୂଲ ମାଗିଛନ୍ତି । ଆମେ ନେପାଳୀ ଛାତ୍ରଛାତ୍ରୀଙ୍କୁ ଭଲ ପାଉ । ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।

ସ୍ଥିତି ସ୍ବାଭାବିକ ହେବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ପ୍ରେସ୍ ରିଲିଜ୍ ମାଧ୍ୟମରେ ବିଶ୍ୱିବଦ୍ୟାଳୟ ସୂଚନା ଦେଇଛି । ଏହାସହ ନେପାଳୀ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ କଲେଜ୍ ରେ ଯୋଗ ଦେବା ଲାଗି ଅନୁରୋଧ କରିଛନ୍ତି କୂଳପତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE