ରାଜ୍ୟ

ଏସ୍‍ଆଇ ନିଯୁକ୍ତି ମାମଲାର ତଦନ୍ତ କରିବ ସିବିଆଇ

0
(0)

 ଓଡିଶା ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ସିବିଆଇ ଦ୍ୱାରା କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେଇଛନ୍ତି। ସିବିଆଇ ମଧ୍‍ୟ ଏ ନେଇ  ବିଜ୍ଞପ୍ତି ପ୍ରକାଶ କରିଛି।

ସୂଚନାଯୋଗ୍ୟ ଯେ, ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କ କ୍ରାଇମ ବ୍ରାଞ୍ଚ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଥିଲା। ତେବେ ଏହି ତଦନ୍ତରୁ ଦୁର୍ନୀତିର ଚେର ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପୀ ଥିବାର ସନ୍ଦେହ କରାଯାଉଛି। ଏଥିରେ ଆନ୍ତରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବାର ସନ୍ଦେହ ମଧ୍ୟ ରହିଛି।

ଏହି ମାମଲାର ତଦନ୍ତ ସମୟରେ ପୁଲିସ ୧୨୩ ଜଣଙ୍କୁ ଗିରଫ କରିଥିଲା। ଏଥିରୁ ୧୧୪ ଜଣ ପରୀକ୍ଷାର୍ଥୀ ଥିଲେ। ସେମାନଙ୍କୁ ମାମଲାରେ ଜାମିନ ପ୍ରଦାନ କରାଯାଇଛି। ତେଣୁ ଏହାର ଉପଯୁକ୍ତ  ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଦୁର୍ନୀତି ପାଇଁ ହୋଇଥିବା  ଉଦ୍ୟମ, ପ୍ରୋତ୍ସାହନ ଓ ଷଡଯନ୍ତ୍ର ସମ୍ପର୍କରେ ସିବିଆଇ ତଦନ୍ତ କରିବ।

  “ଉକ୍ତ ମାମଲାରେ ଅପରାଧ ସହିତ ଜଡିତ କିମ୍ବା ସମ୍ପୃକ୍ତ ପ୍ରୟାସ, ପ୍ରୋତ୍ସାହନ ଏବଂ ଷଡ଼ଯନ୍ତ୍ର ଏବଂ ସମାନ ତଥ୍ୟରୁ ସୃଷ୍ଟି ହୋଇଥିବା ସମାନ କାରବାର ସମୟରେ ହୋଇଥିବା ଅନ୍ୟ ଯେକୌଣସି ଅପରାଧର ତଦନ୍ତ ପାଇଁ ମଧ୍ୟ ସମ୍ମତି ପ୍ରଦାନ କରାଯାଇଛି,” ଏହା ଆହୁରି ମଧ୍ୟ କହିଛି।


ପୂର୍ବରୁ, କିଛି ଦିନ ତଳେ, ନିଯୁକ୍ତି ଦୁର୍ନୀତିର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ତଦନ୍ତ ସମୟରେ ସହଯୋଗ କରିବାରେ ବିଫଳ ହେବା ପରେ କ୍ରାଇମବ୍ରାଞ୍ଚ ତାଙ୍କ ଉପରେ ପଲିଗ୍ରାଫ୍ (ମିଛ ଚିହ୍ନଟ) ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE