ଆଗକୁ ଦଳରୁ ଦୂରେଇ ଯିବି :ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ବିଜେଡିରେ ଆଦର୍ଶ ନାହିଁ । ଦଳ ଠିକ୍ ଭାବେ ପରିଚାଳିତ ହେଉନାହିଁ। ବିଜେଡି ବିରୋଧୀ ଦଳ ଭାବେ ଯେଉଁଭଳି କାର୍ଯ୍ୟକ୍ରମ କରିବା କଥା ତାହା କରୁନାହିଁ। ଆଗକୁ ଦଳରୁ ଦୂରେଇ ଯିବି, ଆଉ ଆଗ୍ରହ ନାହିଁ ଏବଂ ପରିସ୍ଥିତି ନେଇ ନିଷ୍ପତ୍ତି ନେବୁ। ଆଜି ଏଭଳି ବିସ୍ଫୋରକ ବୟାନ୍ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ସୂଚନାଯୋଗ୍ୟ, କିଛି ଦିନ ତଳେ ବି ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ବିସ୍ଫୋରଣ କରିଥିଲେ ।ସେ କହିଥିଲେ,ପାଣ୍ଡିଆନଙ୍କୁ ନେଇ ନବୀନ ଯାହା କହିଲେ ବି ତାହାକୁ ସହଜରେ ମାନିପାରୁନାହାନ୍ତି ବିଜେଡିର ବରିଷ୍ଠ ନେତା । ନାଲି ଆଖି କେହି କାହାକୁ ଦେଖାଇ ପାରିବେ ନାହିଁ ।ଆମେ କେତେବେଳେ କେଉଁଠି ବସିବୁ ବ୍ୟକ୍ତିଗତ କଥା । ଆମେ ହୋଟେଲ୍ରେ ବସିପାରିବୁନି କହିବା ଠିକ୍ ନୁହେଁ । କେବଳ ପାର୍ଟି ମିଟିଂ ହେଲେ ଶଙ୍ଖ ଭବନକୁ ଯିବୁ । ଆମେ କେହି ଚାକିରି କରୁନୁ, ଆମର ବୟସ ହେଲାଣି । ସେହିପରି ପାଣ୍ଡିଆନଙ୍କୁ ଚ୍ୟାଲେଞ୍ଜ କରି ପ୍ରଫୁଲ୍ଲ କହିଥିଲେ ଯେ ଗଣମାଧ୍ୟମ ସାମ୍ନାକୁ ଆସି ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ଦିଅନ୍ତୁ । ଯଦି ହସ୍ତକ୍ଷେପ କରୁନାହାନ୍ତି ସ୍ପଷ୍ଟ କରନ୍ତୁ ।