ଜାତୀୟ

ପହଲଗାମ୍ ଆତଙ୍କୀ ଆକ୍ରମଣରେ ଜଣେ ଓଡ଼ିଆ ଯୁବକ ମୃତ

0
(0)

ଜାମ୍ମୁ କାଶ୍ମୀରର ପହଲଗାମ୍‌ରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବାଲେଶ୍ଵର ରେମୁଣାର ପ୍ରଶାନ୍ତ ଶତପଥୀ । ଆତଙ୍କବାଦୀଙ୍କ ଗୁଳି ପ୍ରଶାନ୍ତଙ୍କ ଦେହରେ ଲାଗିଥିଲା । ପରିବାର ଲୋକଙ୍କ ସହ ପହଲଗାମ୍ ବୁଲିବାକୁ ଯାଇଥିଲେ ପ୍ରଶାନ୍ତ । ସେ ବାଲେଶ୍ୱର CIPETର କର୍ମଚାରୀ ଥିଲେ ।

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପହଲଗାମ୍ ନିକଟରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି ।ଏଥିରେ ଅନେକ ପର୍ଯ୍ୟଟକ ଆହତ ହୋଇଛନ୍ତି । ତେବେ ମୃତକ ସଂଖ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା କିିଛି ସ୍ପଷ୍ଟ ହୋଇପାରୁ ନାହିଁ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆତଙ୍କବାଦୀ ଘୋଡ଼ା ଚଢୁଥିବା ପର୍ଯ୍ୟଟକଙ୍କ ଉପରେ ଗୁଳି ମାଡ଼ କରିଥିଲେ । ଏହି ଆକ୍ରମଣରେ କିଛି ଘୋଡ଼ା ମଧ୍ୟ ଆହତ ହୋଇଛନ୍ତି । ଆତଙ୍କୀ ସଂଗଠନ TRF ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ଆତଙ୍କ ସଂଗଠନ ଲସ୍କର-ଏ-ତୋଏବା ସହ ଜଡ଼ିତ ।

ଆକ୍ରମଣ ପରେ ସୁରକ୍ଷା ବଳ ତୁରନ୍ତି ପୂରା ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସ୍ଥାନୀୟ ପୋଲିସ ଓ ସେନା ମିଶି ଆତଙ୍କବାଦୀଙ୍କୁ ଖୋଜୁଛନ୍ତି । ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଓ ସମ୍ୱେଦନଶାଳୀ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଏହାସହ ପହଲଗାମ ଯାଉଥିବା ପର୍ଯ୍ୟଟକଙ୍କୁ ରୋକା ଯାଇଛି । ଏହାରି ଭିତରି ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି ମାମଲାରେ କଠୋର ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ କହିଛନ୍ତି । ଏହାସହ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଘଟଣାସ୍ଥଳ ଯିବା ପାଇଁ ପିଏମ୍ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ଅମିତ୍ ଶାହ ଦିଲ୍ଲୀରେ ଏକ ଉଚ୍ଚ ସ୍ତରୀୟ ବୈଠକ ସାରି ଜାମ୍ମୁ କାଶ୍ମୀର ଯାତ୍ରା କରିଛନ୍ତି । ସେଠାରେ ସୁରକ୍ଷା ଏଜେନ୍ସିଗୁଡ଼ିକ ସହ ବୈଠକ କରିବେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE