ଜାତୀୟ

ଓଡ଼ିଶାର ଚାରି ଜଣଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

0
(0)

ଓଡ଼ିଶାର ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ବ୍ୟକ୍ତିମାନେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପାଇଛନ୍ତି।

ଡା. ଅଶୋକ କୁମାର ମହାପାତ୍ର: ନ୍ୟୁରୋ ସର୍ଜରୀ କ୍ଷେତ୍ରରେ ନିଜର ଅନନ୍ୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କର ଆପ୍ରାଣ ଉଦ୍ୟମ ଅନେକ ରୋଗୀଙ୍କ ଜୀବନରେ ଆଲୋକ ଆଣିଛି। ସେ ଦିଲ୍ଲୀ ଏମସରେ କର୍ଯ୍ୟ କରିବା ସହ ଭୁବନେଶ୍ୱର ଏମସରେ ନିର୍ଦ୍ଦେଶକ ପଦରେ ମଧ୍ୟ ରହିସାରିଛନ୍ତି। ଡାକ୍ତର ମହାପାତ୍ର ବହୁ ପୁସ୍ତକ ସମେତ ଗବେଷଣାତ୍ମକ ପେପର ମଧ୍ୟ ପ୍ରକାଶିତ କରିଛନ୍ତି

ଅଦ୍ୱୈତ ଚରଣ ଗଡ଼ନାୟକ: ସ୍ଥାପତ୍ୟ କ୍ଷେତ୍ରରେ ନିଜର ଅନନ୍ୟ କାର୍ଯ୍ୟ ଓ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ନୂଆ ଉଚ୍ଚତା ଦେବା କ୍ଷେତ୍ରରେ ଅଦ୍ୱୈତ ଚରଣ ଗଡ଼ନାୟକଙ୍କ ଅନେକ ଅବଦାନ ରହିଛି।

ଦୁର୍ଗା ଚରଣ ରଣବୀର: ଓଡ଼ିଶୀ ନୃତ୍ୟରେ ତାଙ୍କର ଅବଦାନ ଏହି ଶାସ୍ତ୍ରୀୟ କଳାକୁ ବିଶ୍ୱ ଦରବାରରେ ପରିଚିତ କରାଇଛି।

ପ୍ରତିଭା ଶତପଥୀ: ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଭା ଶତପଥୀଙ୍କ ସାହିତ୍ୟ ପ୍ରତି ଅବଦାନ ଓଡିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛି।

ଏହି ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଶାର ଏହି ଗରିମାମୟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିବାରୁ ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ସଫଳତା ଓଡ଼ିଶାର ସାଂସ୍କୃତିକ, ଶୈକ୍ଷିକ ଓ ବୈଜ୍ଞାନିକ କ୍ଷେତ୍ରରେ ନୂଆ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।ପଦ୍ମଶ୍ରୀ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ଭାବେ ପରିଗଣିତ ହୁଏ। ଯାହା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଏ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE