ଆଜି ଓଡ଼ିଶା ଆସିବେ ମହାମହିମ
ଆଜି ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଅପରାହ୍ନ ୫ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ବିମାନ ବନ୍ଦରରୁ ସିଧାସଳଖ ନୀଳାନ୍ଦ୍ରିବିହାରକୁ ଯିବେ । ସେଠାରୁ ଫେରି ରାଜଭବନରେ ରାତ୍ରି ଯାପନ କରି କାଲି ପୁରୀ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି । ଶ୍ରୀକ୍ଷେତ୍ର ବ୍ଲୁ ଫ୍ଲାଗ ବିଚରେ ଆୟୋଜିତ ନୌସେନା ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୀରଙ୍କ ସମରକଳା ପ୍ରଦର୍ଶନ ଦେଖିବେ ରାଷ୍ଟ୍ରପତି ।
୫ ତାରିଖ ଦିନ ଭୁବନେଶ୍ଵର କୋର୍ଟକୁ ଉଦଘାଟନ କରିବେ। ୫ ଦିନିଆ ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇଛି।ଭୁବନେଶ୍ୱର ବିମାନ ବନ୍ଦରରୁ ରାଜଭବନ ଓ ଭୁବନେଶ୍ୱର କୋର୍ଟ ପର୍ଯ୍ୟନ୍ତ କାରକେଡର ରିହରସଲ କରାଯାଇଛି।
Related posts:
ଜହର ପାଲଟିଛି ଦୟା ନଦୀ !January 21, 2025
ପୋଡ଼ି ଦେଇଥିଲେ ନବଙ୍କ ସାର୍ଟ !January 21, 2025
ପୁଣି ଆରମ୍ଭ ହେଲା ଟ୍ରମ୍ପ ଶାସନJanuary 21, 2025
ଜାଣନ୍ତୁ କାହିଁକି ଗିରଫ ହେଲେ ଏହି ତିନି ଅଭିଯୁକ୍ତJanuary 20, 2025
ପୁଣି ଚର୍ଚ୍ଚାରେ ନବ ଦାସ ହତ୍ୟା ମାମଲାJanuary 20, 2025
ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାଭଲିନର ସୁନା ପୁଅ ନୀରଜ ଚୋପ୍ରାJanuary 20, 2025