ଜାତୀୟ

ପ୍ରିଜାଇଡିଂ ଅଫିସରଙ୍କୁ ମିଳିବ ଅଧିକ ଭତ୍ତା

0
(0)

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା । ନିର୍ବାଚନ ଅଧିକାରୀ, ପ୍ରିଜାଇଡିଂ ଅଫିସର, ଭୋଟ ଗଣତି ଅଫିସରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଭତ୍ତା ବଢାଇଛନ୍ତି ନିର୍ବାଚନ କମିଶନ । ସବୁଠାରୁ ଅଧିକ ଭତ୍ତା ପ୍ରିଜାଇଡିଂ ଅଫିସରଙ୍କୁ ମିଳିବ । ପୂର୍ବରୁ ପ୍ରିଜାଇଡିଂ ଅଫିସରଙ୍କୁ ଦିନକୁ ୩୫୦ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ବଢାଇ ୫୦୦ ଟଙ୍କା କରିଦିଆଯାଇଛି ।

ନିର୍ବାଚନ କମିଶନ ପ୍ରିଜାଇଡିଂ ଅଫିସର, ନିର୍ବାଚନ ଅଧିକାରୀ, ଭୋଟ ଗଣିତ ଅଫିସର, ମାଇକ୍ରୋ ଓଭରଜରଭର ଏବଂ ଅନ୍ୟ ଅଧିକାରୀଙ୍କ ଭତ୍ତା ବଢାଇଛନ୍ତି ।

ଉପଜିଲ୍ଲା ନିର୍ବାଚନ ଅଧିକାରୀ, ସିଏପିଏଫ କର୍ମଚାରୀ ଏବଂ ସେକ୍ଟର ଅଧିକାରୀଙ୍କ ଭତ୍ତା ମଧ୍ୟ ବଢାଯାଇଛି । ଏହାସହିତ ମତଦାନ ବେଳେ ଡ୍ୟୁଟି ସମୟରେ ଖାଇବା ଏବଂ ପିଇବା ଦର ବାବଦରେ ପଇସା ମଧ୍ୟ ବଢିଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE