ରାଜ୍ୟ

୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ

0
(0)

ଆଗାମୀ ୨୭ ତାରିଖରେ ପୁଣି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ଯୁବ ସମାବେଶରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ଆସନ୍ତା 27 ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନଠାରୁ ଓଡ଼ିଶାରେ ବିଜେପି ପକ୍ଷରୁ ସେବା ପକ୍ଷ ପାଳନ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବିଜେପିର ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ଲୋକାଭିମୁଖୀ ସରକାରଙ୍କ କାର୍ଯ୍ୟଶୈଳୀକୁ ନିକଟରୁ ଦେଖିବାର ପ୍ରୟାସ କରିବେ ବୋଲି କୁହାଯାଉଛି।୨୭ରେ ପୁଣି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ଯୁବ ସମାବେଶରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବିଜେପିର ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ଲୋକାଭିମୁଖୀ ସରକାରଙ୍କ କାର୍ଯ୍ୟଶୈଳୀକୁ ନିକଟରୁ ଦେଖିବାର ପ୍ରୟାସ କରିବେ ବୋଲି କୁହାଯାଉଛି।
ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ବ୍ରହ୍ମପୁର ଛତ୍ରପୁର ଠାରେ ଆୟୋଜିତ ଜନ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେବା ପକ୍ଷ ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ। ପରିବହନ ମନ୍ତ୍ରୀ ଏ ନେଇ ତଦାରଖ କରୁଛନ୍ତି। ନିଜେ ଯାଇ କାର୍ଯ୍ୟକ୍ରମର ସମୀକ୍ଷା କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ। ଏହା ବାଦ ଦ୍ୱିତୀୟ କାର୍ଯକ୍ରମ ପାଇଁ ଅନୁରୋଧ କରାଯାଇଛି। କିନ୍ତୁ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇ ନାହିଁ। ବର୍ଷକ ମଧ୍ୟରେ ୬ ଟି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ଓଡ଼ିଶା ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ରହିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକ ନିର୍ବାଚନୀ ସଭାରେ ବିଜେଡିର ଏକ୍ସପାରି ଡେଟ୍ ଘୋଷଣା କରିଥିଲେ। ଆଉ ଫଳାଫଳ ଆସିବା ପରେ ଏହା ସତ୍ୟ ସାବ୍ୟସ୍ତ ହୋଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ବିଜେପି ସରକାରର ଶପଥଗ୍ରହଣ ଉତ୍ସବରେସାମିଲ ହୋଇଥିଲେ। ପୁଣି ଗତ ବର୍ଷ ନିଜର ଜନ୍ମଦିନ (ସେପ୍ଟେମ୍ବର ୧୭ ତାରିଖ) ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବି ଭୁବନେଶ୍ବର ଆସିଥିଲେ। ଏଣେ ଚଳିତ ବର୍ଷ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିଥିଲେ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE