ପ୍ରଶ୍ନକାଳ ସମୟରେ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ
ପ୍ରଶ୍ନକାଳ ସମୟରେ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ । ଗତକାଲି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସଂକଳ୍ପ ଓ ପ୍ରାଇଭେଟ ମେମ୍ବର ସିପ ବିଲ ଆଲୋଚନା ନ ହୋଇଥିବାରୁ ବାଚସ୍ପତି ଓ ସଂସଦୀୟ ମନ୍ତ୍ରୀଙ୍କ ଏକଛତ୍ରବାଦ ବିରୁଦ୍ଧରେ କଂଗ୍ରେସ ବିଧାୟକ ମାନେ ଗୃହ ମଧ୍ୟରେ ହଟଗୋଳ କରିଥିଲେ।ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ |
ବାଚସ୍ପତିଙ୍କ ପୋଡ଼ିୟମ ତଳେ ପ୍ରବଳ ନାରାବାଜି ଏବଂ ବାଚସ୍ପତିଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ସଦସ୍ୟ | ଗତକାଲି ପ୍ରାଇଭେଟ୍ ମେମ୍ବରସିପ ବିଲ ଆଲୋଚନା ହୋଇନଥିବାରୁ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ |
ବୈଷୟିକ, ମେଡିକାଲ, ବୃତ୍ତିଗତ ଶିକ୍ଷା ଏବଂ ସରକାରୀ ନିଯୁକ୍ତିରେ ସଂରକ୍ଷଣ ଲାଗୁ ପାଇଁ କଂଗ୍ରେସ ଆଣିଥିଲା ସଂକଳ୍ପ ପତ୍ର | ଯାହା ଉପରେ ଆଲୋଚନା ହୋଇ ନଥିଲା।
