ପଦରୁ ବିଦା ହେଲେ ପୂଜା
ବିବାଦରେ ଥିବା ଟ୍ରେନ ଅଫିସର ପୂଜା ଖେଡକରଙ୍କୁ କେନ୍ଦ୍ର ସରକାର ତତ୍କାଳ ଭାବେ ଆଇଏଏସ୍ ପଦରୁ ବିଦା କରିଛନ୍ତି। ସେ ଓବିସି ଓ ଦିବ୍ୟାଙ୍ଗ ସଂରକ୍ଷଣର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା ।
ଏହି କାରଣରୁ କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେପ୍ଟେମ୍ବର ୬ ତାରିଖରେ ପୂଜାଙ୍କୁ ଆଇଏସ ନିୟମ ୧୯୫୪ର ଧାରା ୧୨ ଅଧୀନରେ କେନ୍ଦ୍ର ସରକାର କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ତତ୍କାଳ ଭାବେ ଲାଗୁ ହୋଇଥିବା ମଧ୍ୟ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।
ପୂଜାଙ୍କ ପ୍ରାର୍ଥିତ୍ୱକୁ ବାତିଲ କରିବା ସହ ତାଙ୍କ ବିରୋଧରେ ୟୁପିଏସ୍ସି ଅପରାଧିକ ମାମଲା ଚାଲୁ କରିଛି। ସେ ଠକେଇ, ଧୋକା ଓ ହେରଫେର କରିଥିବା ଅଭିଯୋଗ ହୋଇଛି। ୟୁପିଏସସିର ଏହି ନିଷ୍ପତ୍ତିକୁ ପୂଜା ଦିଲ୍ଲା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ପ୍ରାର୍ଥିତ୍ୱକୁ ବାତିଲ କରିବାର ଅଧିକାର ୟୁପିଏସ୍ସିର ନାହିଁ ବୋଲି ସେ କହିଥିଲେ।