ରାଜ୍ୟ

ରଥଯାତ୍ରା ପାଇଁ ଅନୂକୂଳ ହେଲା ରଥକାମ

0
(0)

ବୈଶାଖ ଶୁକ୍ଳ ତୃତୀୟା, ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ହେଲା ଶୁଭାରମ୍ଭ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଛନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଗୋଟିଏ ଧଉରା କାଠରେ ସୁନା କୁରାଢି ସ୍ପର୍ଶ କରାଯାଇଛି ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥିଲା । ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣ ବନଯାଗ ବିଧିରେ ରଥ ନିର୍ମାଣର ଅନୁକୂଳ କରିଛନ୍ତି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୋଇଥିଲା । ଚତୁର୍ଥୀଠାରୁ ଶ୍ରୀନଅର ସମ୍ମୁଖ ଚାଳିଆରେ ୩ଟି ରଥ ତିଆରିର ଶୁଭାରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଚକ ପାଇଁ ତୁମ୍ଭ ନିର୍ମାଣ କରିବେ ମହାରଣା ସେବାୟତ । ଏଥିପାଇଁ ଶ୍ରୀନଅର ସାମ୍ନାରେ ପ୍ରସ୍ତୁତ ରଥଖଳାରେ ଆସି ପହଞ୍ଚି ସାରିଛି କାଠ । ପରବର୍ତ୍ତୀ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା କାଠ ପହଞ୍ଚିବ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE