ରାଜ୍ୟ

ଶ୍ରୀମନ୍ଦିରରେ ପୁଣି ପଶିଲେ ବିଦେଶୀ ପର୍ଯ୍ୟଟକ

0
(0)

ପୁଣି ଶ୍ରୀମନ୍ଦିର ସୁରକ୍ଷା ଢିଲା । ମନ୍ଦିର ଭିତରେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କରି ଉତ୍ତରଦ୍ୱାରରେ ବାହାରକୁ ବାହାରିବା ବେଳେ ଶ୍ରୀମନ୍ଦିର କର୍ମଚାରୀଙ୍କ ହାତରେ ଧରାପଡ଼ିଥିଲେ । ସେହିଭଳି ଅନ୍ୟ ଜଣେ ବିଦେଶୀ ପର୍ଯ୍ୟଟକ ଉତ୍ତରଦ୍ୱାର ଦେଇ ପ୍ରବେଶ ଉଦ୍ୟମ କରୁଥିବା ବେଳେ କର୍ମଚାରୀ ଓ ସେବାୟତମାନେ ପ୍ରତିବାଦ କରିବାରୁ ସେ ଫେରିଥିଲେ । ତେବେ ସେ କେଉଁଠାରୁ ଆସିଥିଲେ । ତାଙ୍କ ପରିଚୟ ସ୍ପଷ୍ଟ ଜଣାପଡିନାହିଁ । ତାଙ୍କୁ ବି ଅଟକାଇ ଯାଞ୍ଚ କରାଯାଇନାହିଁ । ଯାହାକୁ ନେଇ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଏସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ କୌଣସି ଖବର ନଥିବା କହିଛନ୍ତି ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ।

ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ସ୍ଥାନ । ଏହା ଉପରେ ଆତଙ୍କବାଦୀଙ୍କ ଟାଗେର୍ଟ ରହିଥିବା ନେଇ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ସର୍ବଦା ଜିଲ୍ଲା ପୁଲିସକୁ ସତର୍କ ରହିବାକୁ ପରାମର୍ଶ ଦେଇଥାନ୍ତି । ଏପରିକି ହିନ୍ଦୁ ମନ୍ଦିରରେ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ କଟକଣା ରହିଛି । ଏହା ସତ୍ତେ୍ୱ କିଭଳି ଜଣେ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରକୁ ପ୍ରବେଶ କରି ଉତ୍ତରଦ୍ୱାର ଦେଇ ବାହାରିବା ସମସ୍ତଙ୍କୁ ଚକିତ କରିଛି । ଉକ୍ତ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁଆର ସେବକ ମଧୁସୂଦନ ମହାସୁଆର ।ସେ କହିଛନ୍ତି, ଶ୍ରୀମନ୍ଦିର ୪ ଦ୍ୱାରରେ ପୁଲିସ କର୍ମଚାରୀମାନେ ମୁତୟନ ହୋଇଥିବା ବେଳେ କିଭଳି ଜଣେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କଲେ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୩ଟି ଭାଷାରେ ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ଲାଗି ଫଳକ ଲଗାଯାଇଥିଲା । ତାହା ଏବେ ଦେଖିବାକୁ ମିଳୁନାହିଁ । ପ୍ରଶାସନ ତୁରନ୍ତ ୪ ଦ୍ୱାରରେ ଫଳକ ଲଗାଇବାକୁ ସେ ଦାବି କରିଛନ୍ତି

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE