ରାଜ୍ୟ

ବର୍ଷାରେ ଭୁଶୁଡ଼ିଲା ଦୁର୍ଗା ପୂଜା ଲାଇଟ ଗେଟ୍

0
(0)

ଭୁବନେଶ୍ୱର ରସୁଲଗଡ ଦୁର୍ଗା ପୂଜା ଲାଇଟ ଗେଟ । ଭୁଶୁଡ଼ିଲା ୩୦ ଫଟ ଉଚ୍ଚର ଏହି ଗେଟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ଅପରାହ୍ନରେ ହୋଇଥିବା ବର୍ଷାର ପ୍ରଭାବରେ ଏଭଳି ହୋଇଥିବା କହିଛନ୍ତି ପୂଜା କର୍ମକର୍ତ୍ତା । ସେପଟେ ଆଗାମୀ ଦୁଇ ଘଣ୍ଟା ପାଇଁ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ଆଲର୍ଟ ଜାରି । ପାଣିପାଗ ବିଭାଗ ଦେଲା ଅରେଞ୍ଜ ଆଲର୍ଟ । ସେହିପରି ଘଡ଼ଘଡ଼ି ସହ ବର୍ଷା ନେଇ ୧୦ ଜିଲ୍ଲାକୁ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ । ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼, ଯାଜପୁରକୁ ଜାରି ହେଲା ଆଲର୍ଟ । କଟକ, ଢେଙ୍କାନାଳ, ଗଞ୍ଜାମ, ଖୋର୍ଦ୍ଧା ଓ କୋରାପୁଟକୁ ମଧ୍ୟ ୟେଲୋ ଆଲର୍ଟ ।

ସେହିପରି ପୂଜାରେ ବର୍ଷା ସମ୍ଭାବନା ନଥିବା ସୂଚନା ମିଳିଛି । ତେବେ ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଆଜି ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏ ସପ୍ତାହରେ କୌଣସି ଜିଲ୍ଲାରେ ବଡ଼ ବର୍ଷା ଭୟ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ବର୍ତ୍ତମାନ ବାୟୁମଣ୍ଡଳରେ ଆଦ୍ରତା ରହୁଥିବାରୁ ଦିନ ସମୟରେ ବେଶୀ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଥିବାରୁ ଗୁଳୁଗୁଳି ଏବଂ ଗରମ ଅନୁଭୂତ ହେଉଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହାସହ ଓଡ଼ିଶାରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗ ପୂର୍ବାନୁମାନ କରିଥିବା ବେଳେ ବର୍ତ୍ତମାନ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ହୋଇନାହିଁ । ବାୟୁମଣ୍ଡଳରେ ଯଥେଷ୍ଟ ପରିମାଣର ଆର୍ଦ୍ରତା ରହୁଥିବାରୁ ମୌସୁମୀ ଅପସରିବାର ବାଟ ଫିଟିନାହିଁ ବୋଲି କହିଛି ବିଭାଗ । ଏବେବି ୭୦ରୁ ୯୦ ପ୍ରତିଶତ ରାଜ୍ୟରେ ଆଦ୍ରତା ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply