ରାଜ୍ୟ

୧୦ ହାତ ଯାଇ ଅଟକିଲେ ନନ୍ଦିଘୋଷ, ଆଜି ରଥ ଟଣା

0
(0)

ଜନ୍ମବେଦି  ମୋହରେ ମହାବାହୁ । ଏପଟେ ଆକୁଳ  ହେଲେଣି ଅସଂଖ୍ୟ ଭକ୍ତ । ଶ୍ରୀଗୁଣ୍ଡିଚାରେ  ବଡ଼ଦେଉଳ ନୀତି ମଠେଇ ଥିଲା । ହେଲେ  ମହାପ୍ରଭୁଙ୍କ ମନ ଚଞ୍ଚଳ । ସବୁକୁ ପଛ  କରି ଭାଇ-ଭଉଣୀଙ୍କ ସାଙ୍ଗରେ ଭକ୍ତଙ୍କ  ଗହଣକୁ ଧାଇଁ ଆସିଲେ କାଳିଆ ସାଆନ୍ତ । ବଡ଼ଦାଣ୍ଡରେ ରଥାରୂଢ଼ ହେଲେ ସପ୍ତ  ମୂର୍ତ୍ତି । ଭକ୍ତ ସମୁଦ୍ରରେ ବିରାଜମାନ  ଦାରୁବ୍ରହ୍ମ । ଧାର୍ଯ୍ୟ ସମୟରେ ରଥ  ଟଣା ଆରମ୍ଭ ବି ହେଲା । ହେଲେ  ଶରଧାବାଲିରେ ପହଞ୍ଚି ପାରିଲେନି  ତିନିରଥ । ମାଉସୀ ମା’ଙ୍କ ମନ୍ଦିର  ନିକଟରେ ଅଟକିଲେ ବଡ଼ଠାକୁରେ  ଏବଂ ମରିଚିକୋଟ ପାଖରେ ରହିଲେ  ଭଉଣୀ ସୁଭଦ୍ରା । କେବଳ ବିଧି ରକ୍ଷା  କରି ରାତିରେ ନନ୍ଦିଘୋଷ ଟାଣିଲେ । ମାତ୍ର  ୧୦ ହାତ ଯାଇ ଶ୍ରୀମନ୍ଦିର ସମ୍ମୁଖରେ ରଥଚକଡ଼ାରେ ଅଟକିଲା ନନ୍ଦିଘୋଷ ।  ରାତି ୭ଟା ୫୦ ମିନିଟ୍‌ରେ ରଥଟଣା  ବନ୍ଦ ଘୋଷଣା କରିଥିଲା ପ୍ରଶାସନ ।  ଶନିବାର ଠାକୁରଙ୍କ ଅବକାଶ ସରିଲେ  ସକାଳ ପ୍ରାୟ ସାଢ଼େ ୯ଟାରେ ରଥ ଟଣା  ଆରମ୍ଭ ହେବ ବୋଲି ମୁଖ୍ୟ ପ୍ରଶାସକ  ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ।

ଭଗବାନ ଓ ଭକ୍ତଙ୍କ ଅପୂର୍ବ ଲୀଳାରେ  କିଂକର୍ତ୍ତବ୍ୟ ପ୍ରଶାସକ ଓ ସେବକ । ରଥ  ଟଣାରେ ଅହେତୁକ ବିଳମ୍ବ ଲକ୍ଷ ଲକ୍ଷ  ଭକ୍ତଙ୍କୁ ନିରାଶ କଲା। ବଡ଼ଦାଣ୍ଡରେ ରଥ  ଟାଣିବାକୁ ଅପେକ୍ଷା କରି ଫେରିଗଲେ  ଅସଂଖ୍ୟ ଭକ୍ତ । ଅପରାହ୍ନ ୪ଟା ୧୦  ମିନିଟ୍‌ରେ ତାଳଧ୍ୱଜ ଟଣା ହେଲା । ଧୀରମନ୍ଥର ଗତିରେ ଆଗେଇ ବାରବା  ମୋଡ଼ ନେଲା । ସେହି ଅନୁରୂପ  ଦେବଦଳନ ରଥ ଟଣାରେ ଯଥେଷ୍ଟ  ବିଳମ୍ବ ହେଲା । ଶେଷରେ ନନ୍ଦିଘୋଷ  ମାତ୍ର ୧୦ ହାତ ଘୁଞ୍ଚିଲା ।

ଜନ୍ମବେଦି ଅଭିମୁଖେ ନବଦିନ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।  ଶ୍ରୀମନ୍ଦିରରୁ ଶରଧାବାଲି ଥିଲା ଜନସମୁଦ୍ର ।  ଭକ୍ତଙ୍କ ତରଙ୍ଗ ଭେଦି ଆଗଉଥିଲା ରଥ । ପାଣିପାଗ ବି ବେଶ୍‌ ଅନୁକୂଳ ଥିଲା । ରଥାରୂଢ ଠାକୁରଙ୍କୁ ଦେଖି ଭାବବିହ୍ୱଳ  ହେଉଥାନ୍ତି ଅସଂଖ୍ୟ ଭକ୍ତ । ଅପଲକ ନୟନରେ ବାହୁ ପ୍ରସାରି ଆଗଉଥାନ୍ତି  ବଡ଼ଠାକୁରେ । ଭକ୍ତ ଆଖିରୁ ଧାର ଧାର ଆନନ୍ଦାଶ୍ରୁ ବୋହି ଯାଉଥାଏ ।  ଭାବାବେଗରେ ଉବୁଟୁବୁ ହେଉଥିଲେ  ଭଗବାନ ଓ ଅଗଣିତ ଭକ୍ତ ।  ଦାରୁବ୍ରହ୍ମଙ୍କ ମାନବୀୟ ଲୀଳା ଦେଖି  ବିଭୋର ହେଉଥିଲେ ବିଶ୍ୱବାସୀ ।  ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ  କମ୍ପୁଥାଏ ଶ୍ରୀକ୍ଷେତ୍ର । ଚଳିତ ବର୍ଷ  ରଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ  ଭିଡ଼ ହୋଇଥିଲା । ବଡ଼ଦାଣ୍ଡରେ  ପ୍ରାୟ ୮ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ  ହୋଇଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE