ନଭେମ୍ବରରେ ମିଳିବ ନୂଆ ରାସନ କାର୍ଡ : କୃଷ୍ଣଚନ୍ଦ୍ର ପାତ୍ର
ନଭେମ୍ବରରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି,୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରି କାର୍ଡ ଦିଆଯିବ। ଇ-କେୱାଇସି ପ୍ରକ୍ରିୟା ଶେଷ ହେଲେ ଅଯୋଗ୍ୟ ହିତାଧିକାରୀମାନେଙ୍କ ସଂପର୍କରେ ସମସ୍ତ ତଥ୍ୟ ଜଣାପଡ଼ିବ। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ରାଜ୍ୟରେ ସରକାର ବଦଳିବା ପରେ ନୂଆ ସରକାର ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟା କେତେ ତାହା ଜାଣିବାକୁ ଚାହୁଁଛନ୍ତି। ଏଥି ପାଇଁ ଗତ ସେପ୍ଟେମ୍ବର ମାସ ଠାରୁ ଇ-କେୱାଇସି କରୁଛନ୍ତି।ଏବେବି ଇ-କେୱାଇସି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଏହା ଶେଷ ହେବ। ପ୍ରକ୍ରିୟା ଶେଷ ହେଲା ପରେ ରାଜ୍ୟରେ କେତେ ଜଣ ଲୋକ ରାସନକାର୍ଡରେ ସାମିଲ ହୋଇଛନ୍ତି, ଏହାର ତାଲିକା ପ୍ରସ୍ତୁତ ହେବ। ନଭେମ୍ବର ମାସରେ ହିତାଧିକାରୀମାନଙ୍କୁ ନୂଆ ରାସନକାର୍ଡ ମିଳିବ।
Related posts:
କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’February 6, 2025
୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀFebruary 6, 2025
ଆକ୍ସନ ମୋଡରେ ସିଏମଓFebruary 6, 2025
ଟିକେଟ ପାଇଁ ଦଳାଚକଟା, ବାରବାଟୀ କ୍ରିକେଟ ଫିଭରFebruary 5, 2025
ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ଅଧିକାରୀFebruary 5, 2025
ଏସ୍ସିବିରେ ହେବ ବୃହତ୍ ଟ୍ରମା ସେଣ୍ଟରFebruary 4, 2025