ରେଭେନ୍ସା କୁ ନେଇ ନବୀନଙ୍କ ଟ୍ୱିଟ୍
ନବୀନ ସୋସିଆଲ୍ ମିଡିଆ ଏକ୍ସରେ ଲେଖିଛନ୍ତି ‘ଏହା କ’ଣ ଓଡ଼ିଆ ଅସ୍ମିତା ? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ । ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି। ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି।’ଖାଲି ସେତିକି ନୁହେଁ ସେ ଆହୁରି ଲେଖିଛନ୍ତି, ‘ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ ? ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।’
Related posts:
ବର୍ଷାରେ ଭୁଶୁଡ଼ିଲା ଦୁର୍ଗା ପୂଜା ଲାଇଟ ଗେଟ୍October 6, 2024
ବିଜେଡି ନେତାଙ୍କୁ ୨୪ କୋଟି ୨୧ ଲକ୍ଷ ଟଙ୍କାରOctober 6, 2024
ରବିବାରଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀOctober 6, 2024
ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍October 6, 2024
୧୬,୦୦୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଲେ ନିଯୁକ୍ତିପତ୍ରOctober 5, 2024
ଭୁବନେଶ୍ଵରରେ କିସ୍ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ୟୁସିଭ ଶୋ’ରୁମ୍ର ଶୁଭାରମ୍ଭOctober 5, 2024