ଧରାପଡିଲେ ଆତ୍ମଘାତୀ ହମଲା ନେଇ ଧମକ ଦେଇଥିବା ବ୍ୟକ୍ତି
ସମୟ ଶୁକ୍ରବାର ବିଳମ୍ବିତ ରାତି । ଅଚାନକ ମୁମ୍ବାଇ ପୁଲିସକୁ ହ୍ୱାଟ୍ସଆପ୍ରେ ଏକ ଧମକପୂର୍ଣ୍ଣ ମେସେଜ୍ ଆସେ । ଏହା ପରେ ହଇଚଇ ସୃଷ୍ଟି ହୋଇଯାଏ । ସେଥିରେ ଲେଖାଥାଏ, ”ଆର୍ଥିକ ରାଜଧାନୀ ମୁମ୍ବାଇ ବିପଦରେ ! ୩୪ ଗାଡ଼ିରେ ୪୦୦ କିଲୋଗ୍ରାମ୍ ଓଜନର ଆର୍ଡିଏକ୍ସ ଧରି ବୁଲୁଛନ୍ତି ଲସ୍କର ଏ-ଜିହାଦୀର ୧୪ ପାକିସ୍ତାନୀ ଆତଙ୍କବାଦୀ । ସେମାନେ ମୁମ୍ବାଇରେ ଭୟଙ୍କର ବୋମା ବିସ୍ଫୋରଣ ଘଟାଇବାକୁ ପ୍ଲାନ କରୁଛନ୍ତି । ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ହେବ, କି, ୧ କୋଟି ଲୋକଙ୍କ ଜୀବନହାନି ହୋଇପାରେ ।” ଏହି ଧମକପୂର୍ଣ୍ଣ ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ନୋଏଡା ସେକ୍ଟର ୧ରୁ ଗିରଫ କରାଯାଇଛି । ମେସେଜ ପଠାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବିହାର ପାଟଳିପୁତ୍ରର ୫୧ ବର୍ଷୀୟ ଅଶ୍ୱିନୀ କୁମାର । ସେ ଗତ ୫ ବର୍ଷ ହେବ ନୋଏଡାରେ ରହୁଛନ୍ତି । ସେ ବୃତ୍ତିରେ ଜଣେ ଜ୍ୟୋତିଷ ହୋଇଥିବା ପୁଲିସ ସୂଚନା ଦେଇଛି । ବ୍ୟକ୍ତିଙ୍କ ଫୋନ୍ ଓ ସିମ୍ କାର୍ଡ ଜବତ କରିଛି ପୁଲିସ ।
ବୋମା ଧମକ ପଛରେ ବନ୍ଧୁଙ୍କ ସହ ବିବାଦ- ଅଶ୍ୱିନୀଙ୍କ ବିରୋଧରେ ଦାୟର ହୋଇଥିବା ଏଫଆଇଆର ଅନୁଯାୟୀ, ସେ ତାଙ୍କ ବନ୍ଧୁ ଫିରୋଜଙ୍କ ପାଇଁ ମୁମ୍ବାଇ ଟ୍ରାଫିକ ପୁଲିସକୁ ଆତଙ୍କୀ ଧମକ ମେସେଜ ଦେଇଥିଲେ। ପାଟନାର ଫୁଲୱାରି ସରିଫରେ ଫିରୋଜଙ୍କ ଦ୍ୱାରା ଦାୟର ଏକ ମାମଲା ଆଧାରରେ ଗିରଫ ହେବା ପରେ ଅଶ୍ୱିନୀ ୨୦୨୩ ମସିହାରେ ୩ ମାସ ଜେଲରେ ବିତାଇଥିଲେ । ଏହାର ପ୍ରତିଶୋଧ ନେବା ପାଇଁ, ଅଶ୍ୱିନୀ ଫିରୋଜଙ୍କ ନାମରେ ମୁମ୍ବାଇକୁ ଏକ ଧମକପୂର୍ଣ୍ଣ ହ୍ୱାଟ୍ସଆପ୍ ବାର୍ତ୍ତା ପଠାଇଥିଲେ । ଅଶ୍ୱିନୀଙ୍କ ପାଖରୁ ୭ ମୋବାଇଲ୍ ଫୋନ୍, ୩ ସିମ୍ କାର୍ଡ, ୬ ମେମୋରୀ କାର୍ଡ ହୋଲ୍ଡର, ଗୋଟିଏ ସିମ୍ ସ୍ଲଟ୍ , ଦୁଇଟି ଡିଜିଟାଲ୍ କାର୍ଡ, ୪ଟି ସିମ୍ କାର୍ଡ ଧାରକ ଏବଂ ଗୋଟିଏ ମେମୋରୀ କାର୍ଡ ହୋଲ୍ଡର ଜବତ ହୋଇଛି ।
୨୬/୧୧ ଆତଙ୍କୀ ଆକ୍ରମଣ ଆର୍ଥିକ ରାଜଧାନୀ ମୁମ୍ବାଇ ସମେତ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ସେ ଦିନ ମନେ ପଡିଲେ ଛାତି ଥରିଉଠେ । ଏ ଦିନକୁ ଭୁଲି ପାରିନାହାନ୍ତି ଦେଶବାସୀ । ଗଣେଶ ବିସର୍ଜନ ପାଇଁ ଏବେସହର ଉତ୍ସବମୁଖର ମୁମ୍ବାଇ । ହେଲେ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇ ଟ୍ରାଫିକ୍ ପୁଲିସକୁ ଆସିଥିବା ଧମକପୂର୍ଣ୍ଣ ମେସେଜକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ମୟାନଗରୀରେ ହାଇଆଲର୍ଟ ଜାରି ହୋଇଥିଲା । ସୁରକ୍ଷା କଡ଼ାକଡ଼ି କରାଯାଇଥିଲା । କେତେକ ସ୍ଥାନରେ କମ୍ବିଂ ଅପରେସନ ଜୋରଦାର ହୋଇଥିଲା । ଏହାଛଡ଼ା ସନ୍ଦିଗ୍ଧ ଗତିବିଧି ନଜରକୁ ଆସିଲେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ କୁହାଯାଇଥିଲା । ପୁଲିସକୁ ମେସେଜ୍ ପଠାଇଥିବା ବ୍ୟକ୍ତି ନିଜକୁ ‘ଲସ୍କର-ଏ-ଜିହାଦୀ’ ସଙ୍ଗଠନର ସଦସ୍ୟ ଦର୍ଶାଇ ।
