5 ଦିନରେ 100 କୋଟି
ମାତ୍ର 5 ଦିନରେ ଫିଲ୍ମ କମେଇଲାଣି 100 କୋଟି । ଆଶ୍ଚର୍ଯ୍ୟ ଲାଗୁଥିବେ ବି ସତ , ଅକ୍ଷୟ କୁମାରଙ୍କ ଅଭିନୀତ ‘ହାଉସ୍ଫୁଲ୍-୫‘ ଗତ ଜୁନ୍ ୬ରେ ରିଲିଜ୍ ହୋଇଛି । ଆଉ ଏହି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଇନକମ୍ ମଧ୍ୟ କରୁଛି। ଭରପୁର କମେଡିଭରା ଫିଲ୍ମର । ଫିଲ୍ମକୁ ଦେଖିବା ପରେ ସୋସିଆଲ ମିଡିଆରେ ନିଜ ନିଜ ପ୍ରତିକ୍ରିୟା ରଖୁଛନ୍ତି ୟୁଜର୍ସ । କିଛି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ କିଛି ଦର୍ଶକ ଫିଲ୍ମାକୁ ଦେଖି ନିରାଶ ହୋଇଛନ୍ତି । ଚଳିତ ବର୍ଷ ରିଲିଜ୍ ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ଫିଲ୍ମ ତାଲିକାରେ ସ୍ଥାନ ପାଇଛି ହାଉସଫୁଲ୍-୫ । ରିଲିଜ୍ର ପ୍ରଥମ ଦିନରେ ୨୪ କୋଟି ଟଙ୍କା ଆୟ କରିଥିଲା ଏହି କମେଡି ଫିଲ୍ମ । ଏଥର ଫିଲ୍ମଟି ବଡ଼ ବଜେଟ୍ରେ ପ୍ରସ୍ତୁତ ହୋଇଛି, ଏଣୁ ଅଧିକ ଇନ୍କମ୍ ଆଶା କରୁଛନ୍ତି ଫିଲ୍ମ ନିର୍ମାତା ।
ମାତ୍ର ୫ ଦିନ ମଧ୍ୟରେ ହାଉସଫୁଲ୍-୫ ୧୦୦ କୋଟି କ୍ଲବ୍ରେ ସାମିଲ ହୋଇଛି । ସାକ୍ନିକ୍ର ରିପୋର୍ଟ ଫିଲ୍ମଟି ପ୍ରଥମ ଦିନରେ ୨୪ କୋଟି ଆୟ କରିଥିଲା । ଏହାପରେ ଦ୍ୱିତୀୟ ଦିନରେ ୩୧ କୋଟି ଟଙ୍କା ଇନ୍କମ୍ କରିଥିବା ବେଳେ ତୃତୀୟ ଦିନରେ ୩୨ କୋଟି ଟଙ୍କା ଆୟ କରିଥିଲା । ତେବେ ତୃତୀୟ ଦିନରେ ଅବିଶ୍ୱସନୀୟ ଭାବରେ ଫିଲ୍ମର ଆୟ ଘଟିଥିଲା ଜୁନ୍ ୯ ତାରିଖରେ ମାତ୍ର ୧୩ ଆୟ କରିଥିଲା । ଜୁନ୍ ୧୦ ତାରିଖ ମଧ୍ୟାହ୍ନ ସୁଦ୍ଧା ୨.୯ କୋଟି ଟଙ୍କା ଆୟ କରିଛି । ଏହିଭଳି ଭାବରେ ଅକ୍ଷୟ କୁମାରଙ୍କ ଫିଲ୍ମ ମୋଟ ୧୦୩ କୋଟିରୁ ଅଧିକ ଆୟ କରିଛି ।
ହାଉସ୍ଫୁଲ୍-୫ ଫିଲ୍ମରେ ଅକ୍ଷୟକୁମାରଙ୍କ ସହ ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ପର୍ଦିନ୍ ଖାନ୍, ଡିନୋ ମୋରିଆ, ସଞ୍ଜୟ ଦତ୍ତ, ଜାକି ସ୍ରଫ୍ ପ୍ରମୁଖ ନଜର ଆସିଛନ୍ତି । ସେହିଭଳି ଏହି ଫିଲ୍ମରେ ଜ୍ୟାକ୍ଲିନ୍ ଫର୍ଣ୍ଣାଡିଜ୍, ସୌନ୍ଦର୍ଯ୍ୟା ଶର୍ମା, ସୋନମ୍ ବାଜ୍ୱା, ଓ ନରଗିସ ଫାକ୍ରି ପ୍ରମୁଖ ନଜର ଆସିଛନ୍ତି ।
