ଦିଲ୍ଲୀର ନୂଆ ମୁଖ୍ଯମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା
ଦିଲ୍ଲୀର ନୂଆ ମୁଖ୍ଯମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ରେଖା ଗୁପ୍ତା ଏବେ ଦେଶର ରାଜଧାନୀର ଶାସନ ଭାର ସମ୍ଭାଳିବେ । ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି ରେଖା ।
ପ୍ରକାଶଥାଉ ଯେ, ପ୍ରଥମଥର ପାଇଁ ରେଖା ଗୁପ୍ତା ବିଧାୟକ ଭାବରେ ନିର୍ବାଚିତ ହୋଇ ସିଏମ ହୋଇଛନ୍ତି । ତାହା ପୁଣି ଦେଶର ରାଜଧାନୀର । ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ଯମନ୍ତ୍ରୀ ଭାବରେ ସେ ଦାୟିତ୍ୱ ସମ୍ଭାଳିବେ । ଦିଲ୍ଲୀର ଶାଲିମାର ବାଗ ଆସନରୁ ସେ ବିଧାୟିକା ରହିଛନ୍ତି ।