ଜାତୀୟ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

0
(0)

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା । ଦିଲ୍ଲୀରେ ଚତୁର୍ଥ ମହିଳା ଭାବେ ମଧ୍ୟ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା। ରେଖାଙ୍କ ସହ ୬ ମନ୍ତ୍ରୀ ବି ଶପଥ ନେଇଛନ୍ତି । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି ।

ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରବେଶ ବର୍ମା, ଆଶିଷ ସୁଦ, ମନଜିନ୍ଦର ସିଂ ସିରସା, ରବୀନ୍ଦ୍ର ଇନ୍ଦରାଜ ସିଂ, କପିଲ ମିଶ୍ରା, ପଙ୍କଜ ସିଂ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଏହି ଶପଥ ସମାରୋହରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ହେଭିଓ୍ୱେଟ୍ ନେତା । ଏହାସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସାମିଲ ହୋଇଥିଲେ ।

ସୁଷମା ସ୍ବରାଜ, ଶିଲା ଦିକ୍ଷୀତ ଏବଂ ଆତିଶି ମାର୍ଲେନାଙ୍କ ପରେ ଦିଲ୍ଲୀର ଚତୁର୍ଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦିଲ୍ଲୀର ସାଲିମାର ବାଗ ବିଧାନସଭାରୁ ପ୍ରଥମ ଥର ବିଧାୟକ ଭାବେ ବିଜୟୀ ହୋଇଥିଲେ । ଶପଥଗ୍ରହଣ ପୂର୍ବରୁ ବୁଧବାର ରାତିରେ ରେଖା ଗୁପ୍ତା ଦିଲ୍ଲୀର ଉପ ରାଜ୍ୟପାଳ ଭି.କେ ସକସେନାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଥିଲେ । ଏହା ପୂର୍ବରୁ ସନ୍ଧ୍ୟାରେ ଦିଲ୍ଲୀ ବିଜେପି ବିଧାୟକଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ନାମ ଉପରେ ମୋହର ବାଜିଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE