`ସାରେଗାମା ଓଡ଼ିଆର ଶୁଭାରମ୍ଭ, ରିଲିଜ୍ ହେଲା ନୂଆ ଗୀତ
ଭାରତର ପ୍ରତିଷ୍ଠିତ ମ୍ୟୁଜିକ ଲେବଲ୍ ସାରେଗାମା ପକ୍ଷରୁ ଏକ ନୂଆ ଚ୍ୟାନେଲ ‘ସାରେଗାମା ଓଡ଼ିଆ’ର ଶୁଭାରମ୍ଭ ଭୁବନେଶ୍ୱର ସ୍ଥିତ ମେ’ ଫେୟାରରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ କଳାକାର ଯୋଗ ଦେଇଥିଲେ । ସାଂସ୍କୃତିକ ଓ କଳାତ୍ମକ ଦୃଷ୍ଟିକୋଣରୁ ଭାରତୀୟ ସଙ୍ଗୀତ କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ । ଏହି ଶୁଭାରମ୍ଭ ସାରାଗାମାର ସମ୍ପ୍ରସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି, ଯାହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ସଙ୍ଗୀତର ଆବଶ୍ୟକତାକୁ ପୂରଣ କରିବ ।
ଓଡ଼ିଶାର ସୁନ୍ଦର ଗୀତଗୁଡ଼ିକୁ ସ୍ମରଣୀୟ କରି ‘ସାରେଗାମା ଓଡ଼ିଆ’ରେ ବହୁ ମନଲୋଭା ଏବଂ ଦର୍ଶକଙ୍କ ମନକୁ ଛୁଇଁବା ଭଳି ଗୀତ ପ୍ରଦର୍ଶିତ ହୋଇଛି । ଏହି ଚ୍ୟାନେଲରେ ରୁଚି ଅନୁଯାୟୀ ପାରମ୍ପରିକ ଲୋକଗୀତ ଠାରୁ ଆରମ୍ଭ କରି ଆଧୁନିକ ଗୀତକୁ ନେଇ ତିଆରି ହୋଇଛି ମ୍ୟୁଜିକ ଭିଡିଓ । ସାରେଗାମା, ଭିପି ମ୍ୟୁଜିକର କାର୍ତ୍ତିକ କଳା କହିଛନ୍ତି ଯେ, ‘ସାରେଗାମା ଓଡ଼ିଆ’ର ଶୁଭାରମ୍ଭକୁ ନେଇ ଆମେ ଖୁବ ଆନନ୍ଦିତ । ଭାରତର ସଂଗୀତ ଜଗତରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିବ ସାରେଗାମା । ୟୁଟ୍ୟୁବ ଚ୍ୟାନେଲରେ ଏହି ରୋମାଣ୍ଟିକ ଗୀତଗୁଡିକ ଦର୍ଶକ ଉପଭୋଗ କରିବେ । ଏହି ଗୀତରେ ବହୁ ନାମୀଦାମୀ କଳାକାର ଅଭିନୟର ଯାଦୁ ଦେଖାଇଛନ୍ତି ।
ସାରେଗାମା ଓଡ଼ିଆ “ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ସମସ୍ତ ପ୍ରମୁଖ ଡିଜିଟାଲ ଏବଂ ସାମାଜିକ ପ୍ଲାଟଫର୍ମ ମାଧ୍ୟମରେ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ପ୍ରସ୍ତୁତ ହୋଇଛି । ରିଲିଜ୍ ହୋଇଥିବା ଏହି ମ୍ୟୁଜିକ୍ ଭିଡ଼ିଓକୁ ଦର୍ଶକ ବେଶ୍ ପସନ୍ଦ କରିବେ ବୋଲି ଆଶା କରୁଛନ୍ତି ନିର୍ମାତା ।
Related posts:
ଆଜି ବି ଖାଡ଼ା ଉପାସରେ ମହାପ୍ରଭୁ ଲିଙ୍ଗରାଜJanuary 15, 2025
ବିସ୍କୁଟ ପ୍ୟାକେଟରେ ୪ କୋଟିର ନିଶାJanuary 15, 2025
କେନ୍ଦୁଝର ପାଇଁ ବଡ଼ ଘୋଷଣା , ନିର୍ମାଣ ହେବ ମେଗା ଷ୍ଟିଲ ପ୍ଲାଣ୍ଟJanuary 15, 2025
ଜନସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନJanuary 14, 2025
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀରJanuary 14, 2025
ଗୋଲାପ ପାଖୁଡ଼ାରେ ସଜେଇ ହେଲା ଗୁଗୁଲJanuary 14, 2025