ଆରପାରିରେ ବଲିଉଡ୍ ଏବଂ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ
ଆରପାରିରେ ବଲିଉଡ୍ ଏବଂ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ । ଆଜି ଦ୍ୱିପହର ୨ଟା ୩୦ ମିନିଟ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସତୀଶ । ଦୀର୍ଘଦିନ ଧରି ସେ କିଡନି ରୋଗରେ ପୀଡ଼ିତ ଥିଲେ । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ କାର୍ଯ୍ୟ ହେବ ।
୭୪ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ବଲିଉଡ୍ର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ । ଜଣକ ପରେ ଜଣେ ଭେଟେରାନ୍ ହାସ୍ୟ ଅଭିନେତାଙ୍କ ନିକଟରେ ଦେହାନ୍ତ ହୋଇଛି । ଆଉ ଏବେ ସତୀଶଙ୍କ ମୃତ୍ୟୁ ବଲିଉଡ୍ରେ ଶୋକର ଛାୟା ଖେଳାଇ ଦେଇଛି । ସତୀଶ ଶହ ଶହଶହ ଫିଲ୍ମରେ କାମ କରିଛନ୍ତି । ଏମିତିକି ଟିଭି ସୋ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ । ‘ସାରାଭାଇ ଭର୍ସେସ ସାରାଭାଇ’ ସିରିଏଲ୍ରେ ଇନ୍ଦୁ ଚରିତ୍ରରେ ଦମଦାର ଅଭିନୟ କରିଥିଲେ ସତୀଶ ।
