ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ହେବ ଉତ୍ତମଙ୍କ ଶେଷକୃତ୍ୟ
ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ହେବ ଉତ୍ତମଙ୍କ ଶେଷକୃତ୍ୟ, ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସୂଚନା । ସାଢ଼େ ୧୧ଟା ସୁଦ୍ଧା ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ହେବ ଶେଷ ଦର୍ଶନ ।
ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରୁଥିଲେ । ସେ ଥିଲେ ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି । ଅଭିନେତ୍ରୀ ଅପରାଜିତା ଓ ଉତ୍ତମଙ୍କ ଯୋଡିକୁ ଦେଖିବାକୁ ସିନେ ପ୍ରେମୀ ବେଶ୍ ପସନ୍ଦ କରୁଥିଲେ । ସେ ଅପରାଜିତାଙ୍କ ହାତ ଧରିବା ପରେ ଏହି ଯୋଡି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ଆହୁରି ଅନେକ ସୁପରହିଟ ଫିଲ୍ମ ଭେଟିଦେଇଛନ୍ତି । ଯାହା ଆଜିବି ଓଡ଼ିଆ ଦର୍ଶକଙ୍କ ମନରେ ଜୀବନ୍ତ ହୋଇ ରହିଛି ।