ଜାତୀୟ

୨୮ ମାସ ପରେ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ

0
(0)

ଦୀର୍ଘ ୨୮ ମାସ ହେଲା ଜେଲରେ ଥିବା ଆପ୍‌ର ବରିଷ୍ଠ ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଛି ଜାମିନ। ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଇଡି ଗୋଟିଏ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା। 

ଜାମିନ ପ୍ରଦାନ କରିବା ବେଳେ କୋର୍ଟ ଜୈନଙ୍କୁ ଦୀର୍ଘ ଦିନ ହେଲା ଜେଲରେ ଅଟକ ରଖାଯିବା କଥା ଉଠାଇଥିଲେ। ଏଥିସହ ଅନ୍ୟତମ ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଜାମିନ ଦେବା ବେଳେ ସୁପ୍ରିମକୋର୍ଟ କହିଥିବା କଥାକୁ ମଧ୍ୟ ତଳ କୋର୍ଟ ଦୋହରାଇଛନ୍ତି।

ମାମଲାର ଦ୍ରୁତ ଶୁଣାଣି ମୌଳିକ ଅଧିକାର ମଧ୍ୟରେ ଆସୁଛି ବୋଳି କୋର୍ଟ କହିଛନ୍ତି। ଜୈନଙ୍କୁ ୨୦୨୨ ମସିହା ମେ’ ୩୦ ତାରିଖରେ ଇଡି ଜୈନଙ୍କୁ ଗିରଫ କରିଥିଲା। ତାଙ୍କ ସହ ଜଡ଼ିତ ୪ କମ୍ପାନୀ ଜରିଆରେ ସେ ବେଆଇନ ଭାବେ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଇଡି ଏପରି ପଦକ୍ଷେପ ନେଇଥିଲା। ଗିରଫ ପରଠାରୁ ସତ୍ୟେନ୍ଦ୍ର ଜୈନ ବାରମ୍ବାର ଜାମିନ ଆବେନ କରୁଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।

କୋର୍ଟ ଆଜି ରାୟ ଦେବା ବେଳେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷ କରି ପିଏମଏଲଏ ଭଳି କଠୋର ଆଇନ ସହ ଜଡ଼ିତ ମାମଲାରେ ଏହାକୁ ବେଶୀ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply