ରାଜ୍ୟରେ ଗ୍ରୀଷ୍ମ ଛୁଟି ସରି ଆସୁଥିବାବେଳେ ଆସନ୍ତା ୧୭ ତାରିଖରୁ ସ୍କୁଲ ଖୋଲିବା ନେଇ ସୂଚନା । ତେବେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ କୁ ଆସିବା ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିବାକୁ ମଧ୍ୟ ରହିଛି ନିର୍ଦ୍ଦେଶ । ମିଳିଥିବା ଷସୂଚନା ଅନୁଯାୟୀ ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ ସ୍ବଚ୍ଛତା ନେଇ ସୁନିଶ୍ଚିତ କରାଯିବ। ଦିନକ ପୂର୍ବରୁ ସମସ୍ତ ଶିକ୍ଷକ, କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଦିର୍ଘଦିନ ଧରି ସ୍କୁଲ ଗୃହ ଏବଂ କ୍ୟାମ୍ପସ ବନ୍ଦ ହୋଇପଡିଥିବା ବେଳେ ଅନାବନା ଘାସ ଉଠିଥିବା ସ୍ଥାନ କୁ ସଫା କରାଯିବାକୁ କୁହାଯାଇଛି । ସେହିପରି ପାନୀୟ ଜଳର ସ୍ୱଚ୍ଛତା କୁ ଗୁରୁତ୍ୱ ଦିଆଯିବା ସହ ସ୍କୁଲ୍ ଖୋଲିବାର ଦିନକ ପୂର୍ବରୁ ପାଚିକା ଓ ସହାୟିକା ଆସି ଏସବୁ ରେ ତଦାରଖ କରିବାକୁ କୁହାଯାଇଛି ।
ସୂଚନା ଥାଉକି ଖରା ପାଇଁ ରାଜ୍ୟ ସରକାର ଏପ୍ରିଲ ୨୫ ରୁ ସ୍କୁଲ ଛୁଟି କରିଥିଲେ ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଆସନ୍ତା ୨୫ ରୁ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର ।