ମନୋରଞ୍ଜନ

ମନୋରଞ୍ଜନ ଦୁନିଆରୁ ଆସିଲା ଏକ ବଡ ଦୁଃଖଦ ଖବର

0
(0)

ମନୋରଞ୍ଜନ ଦୁନିଆରୁ ଆସିଲା ଏକ ବଡ ଦୁଃଖଦ ଖବର । ହିନ୍ଦି ଟିଭି ସିରିୟଲ ଏବଂ ମରାଠୀ ସିନେମାରେ କାମ କରିଥିବା ପ୍ରସିଦ୍ଧ କଳାକାର ଯୋଗେଶ ମହାଜନଙ୍କର ଗତକାଲି ନିଧନ ହୋଇଯାଇଛି । ଅଭିନେତାଙ୍କ ମୃତ୍ୟୁ ହାର୍ଟ ଆଟାକ କାରଣରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଅଭିନେତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଟିଭି ଜଗତରେ ଶୋକର ଛାୟା ଖେଳିଯାଇଛି ।

ଖବର ଅନୁଯାୟୀ, ଅଭିନେତାଙ୍କ ମୃତ୍ୟୁ ତାଙ୍କ ଫ୍ଲାଟରେ ହୋଇଛି । ସେ ସୁଟିଂକୁ ନଆସିବାରୁ କ୍ରିଉ ମେମ୍ବରସ ତାଙ୍କ ଫ୍ଲାଟକୁ ଯାଇଥିଲେ । ସେତେବେଳେ ତାଙ୍କ ଦ୍ବାର ବନ୍ଦ ଥିବାରୁ ଭାଙ୍ଗିକି ଭିତରକୁ ପ୍ରବେଶ କଲାପରେ ସେ ତଳେ ପଡିଥିଲେ । ତୁରନ୍ତୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏବଂ ଡାକ୍ତରଙ୍କ ଅନୁଯାୟୀ ହାର୍ଟ ଆଟାକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

ଇଣ୍ଡିଆ ଟୁଡେକୁ ତାଙ୍କ କୋ-ଷ୍ଟାର ଆଂକାକ୍ଷା ରାଓ୍ବତ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ଯୋଗେଶକୁ ନେଇ ଆଂକାକ୍ଷା କହିଛନ୍ତି ସେ ଜଣେ ବହୁତ ଭଲ ଲୋକ ଥିଲେ । ତାଙ୍କ ବ୍ୟବହାର ଓ ଆଚରଣ ବହୁତ ଭଲ ଥିଲା । ଆମେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାମ କରୁଥିଲୁ । ତାଙ୍କର ମୃତ୍ୟୁ ଆମକୁ ଗଭୀର ଆଘାତ ଦେଇଛି ।

୧୯୭୬ମସିହା ସେପ୍ଟେମ୍ବରରେ ଯୋଗେଶଙ୍କର ଜନ୍ମ । ନିଜ ବଳରେ ବିନା ଗଡ ଫାଦରରେ ସେ ଟିଭି ପରଦାରେ ନାଁ କମାଇଥିଲେ । ଯୋଗେଶଙ୍କର ୭ବର୍ଷର ପୁଅ ଅଛି । ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ସମେତ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ଆଜି ଦିନ ୧୧ଟାରେ ଯୋଗେଶଙ୍କର ଅନ୍ତିମ ସଂସ୍କାର ସମାପନ ହୋଇଛି । ଯୋଗେଶ ବିଭିନ୍ନ କାମ କରିଛନ୍ତି । ସେଥିିମଧ୍ୟରୁ ଶିବ ଶିକ୍ତ-ତପ, ତ୍ୟାଗ, ତାଣ୍ଡଭ ଭଳି ଉଚ୍ଚକୋଟୀର ସିରିୟଲ ଦେଇସାରିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE