ରାଜ୍ୟ

ବର୍ଷା ପାଇଁ ବନ୍ଦ ହେଲା ଶିମିଳିପାଳ 

0
(0)

ଆଜି ଓ ଆସନ୍ତାକାଲି ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । କାଳବୈଶାଖୀକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ବନ୍ଦ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ RCCF । ଗତ ଦୁଇ ଦିନ ହବ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ କୁଆପଥର ମାଡ଼ ହୋଇଛି । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।

ଆସନ୍ତା ଦୁଇ ଦିନ ଯାଏଁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ପରେ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ୨ ଦିନ ବନ୍ଦ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଗତକାଲି ବି ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଛି । ବିପର୍ଯ୍ୟୟ ଏତେ ଭୟଙ୍କର ଯେ ଲୋକେ କହୁଛନ୍ତି ଗତ କୋଡ଼ିଏ ତିରିଶି ବର୍ଷ ଭିତରେ କେବେ ଏଭଳି କୁଆପଥର ବର୍ଷା ଦେଖିନଥିଲେ । ଅନେକଙ୍କ ଚାଳ ଛପର ସହ ଟାଇଲ ଆଜବେଷ୍ଟସ ଘର ଛାତ ଉଡିଯାଇଛି ତ ଅନେକ କାର, ବସ୍ କାଚ ଭାଙ୍ଗି ଚୁରମାର୍‌ ହୋଇଛି ।
ଗତକାଲି ଶିମିଳିପାଳ ଅଭୟାରଣ୍ୟର ରାମତୀର୍ଥରେ ସର୍ବାଧିକ ୫୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ, ବାରିପଦାରେ ୫୦ ମିମି, ବୋରେହିପାଣିରେ ୫୦ ମିମି, କେନ୍ଦୁମୁଣ୍ଡିରେ ୪୬ ମିମି, ପିଠାବଟାରେ ୩୩ମିମି, ଡୁକୁରାରେ ୩୩ ମିମି, ଚହଲାରେ ୩୦ ମିମି, ନଅଣାରେ ୩୭ ମିମି ଏବଂ ବଡଗାଁରେ ୨୦ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ଆଜିବି ଶିମିଳିପାଳ ତଥା ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଅଞ୍ଚଳରେ ସକାଳୁ ସକାଳୁ ବର୍ଷା ଲାଗି ରହିଛି । ଏହି କାରଣରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭୟାରଣ୍ୟକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE