ଜୁଆ ଆପ୍ କୁ ପ୍ରମୋଟ୍ କରୁଛନ୍ତି ସାଉଥ୍ ଷ୍ଟାର
ବଢିଲା ସାଉଥ୍ ଷ୍ଟାରଙ୍କ ଅଡୁଆ । ରାଣା ଦଗ୍ଗୁବାତୀ , ବିଜୟ ଦେବରକୋଣ୍ଡା, ପ୍ରକାଶ ରାଜଙ୍କ ସମେତ ୨୫ ଜଣ ଆଗକୁ ଅଡୁଆରେ ଫଶିପାରନ୍ତି ।
ସାଇବରାବାଦର ମିୟାପୁର ପୁଲିସ୍ ଷ୍ଟେସନରେ ୩୨ ବର୍ଷୀୟ ବ୍ୟବସାୟୀ ଫଣୀନ୍ଦ୍ର ଶର୍ମା ଏହି ଷ୍ଟାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।
ଏହି ଅଭିନେତାଙ୍କ ଉପରେ ଜୁଆ (ସଟା) ଆପ୍ କୁ ପ୍ରମୋଟ୍ କରିବାର ଅଭିଯୋଗ ଲାଗିଛି । ୨୫ ଜଣ ନାମୀ ବ୍ୟକ୍ତିବିଶେଷଙ୍କ ଭିତରେ ସାଉଥର ୬ ଜଣ ତାରକା ସାମିଲ୍ ଅଛନ୍ତି ।