ରାଜ୍ୟ

ବିପଦପୂର୍ଣ୍ଣ ଗାଡ଼ି ଚଳାଇ ରିଲ୍ସ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

0
(0)

ଏଣିକି ଆଉ ଚଳିବନି ରାସ୍ତାରେ ଅମାନିଆଙ୍କ ରାଜୁତି । ରାସ୍ତାରେ ଗାଡ଼ି ଚଳାଇ ଭିଡିଓ କରୁଥିଲେ କି ରିଲ୍ସ କରୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଏଣିକି ବିପଦପୂର୍ଣ୍ଣ ଗାଡ଼ି ଚଳାଇ ରିଲ୍ସ କରୁଥିବା ଚାଳକ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ରିଲ୍ସ ତଥା ସୋସିଆଲ ମିଡିଆ ଭିୟୁ ପାଇଁ ଆଜିକାଲି ଲୋକେ ବିପଦପୂର୍ଣ୍ଣ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳୁଛି । ଯାହା ପାଇଁ ଅନେକ ସମୟରେ ବିଭିନ୍ନ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳୁଛି । ଚାଳକ ତ ଦୁର୍ଘଟଣାର ଶିକାର ହେଉଛନ୍ତି ତାସହ ଅନ୍ୟମାନଙ୍କ ଜୀବନ ବି ବିପଦ ଭିତରକୁ ଆସିଯାଉଛି । ତେଣୁ ଏହା ଉପରେ ଏଣିକି କଡ଼ା ନଜର ରଖିବ ପରିବହନ ବିଭାଗ ।

ରିଲ୍ସ ବା ଭିଡିଓ କରିବା ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଉପରେ ରଖାଯିବ ବିଶେଷ ନଜର । ରାସ୍ତାରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ଆରଟିଓଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି ।

କିଛି ଦିନ ତଳେ ଭୁବନେଶ୍ୱରରେ ଏକ ବାଇକରେ ଯୁବକ-ଯୁବତୀଙ୍କ ବିପଦପୂର୍ଣ୍ଣ ଗାଡ଼ି ଚାଳନାର ଭିଡିଓ ଭାଇରାଲ ହୋଇଥିଲା । ଭୁବନେଶ୍ୱର-୨ ଆରଟିଓ ଗାଡ଼ି ଅଟକ ରଖିଥିବା ବେଳେ ଜରିମାନା, ଲାଇସେନ୍ସ ନିଲମ୍ବନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପଟେ, ପୁରୀରେ ମଧ୍ୟ ଏଭଳି ବିପଦପୂର୍ଣ୍ଣ ଗାଡ଼ି ଚାଳନା ଘଟଣାରେ ଆରଟିଓଙ୍କ ପକ୍ଷରୁ ମୋଟର ଯାନ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରି ଗାଡ଼ିକୁ ଅଟକ ରଖି ଜରିମାନା କରାଯାଇଛି। ନିୟମ ଉଲ୍ଲଙ୍ଘନର ଏଭଳି ଦୃଶ୍ୟ ଉପରେ ନିୟନ୍ତ୍ରଣ ପାଇଁ ସଡ଼କରେ ଏନଫୋର୍ସମେଣ୍ଟ ସହ ସୋସିଆଲ ମିଡିଆ ଉପରେ ମଧ୍ୟ ଏଭଳି ଘଟଣା ଉପରେ ଦୃଷ୍ଟି ରଖିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି । ଉଭୟ ମୋଟର ଯାନ ଆଇନ ଓ ଭାରତୀୟ ନ୍ୟାୟ ସଂହିତାରେ ଏଭଳି କାର୍ଯ୍ୟ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରାବଧାନ ରହିଛି । ତେଣୁ ଏଭଳି ବିପଦପୂର୍ଣ୍ଣ ଗାଡ଼ି ଚାଳନାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE