ରାଜ୍ୟ

ଏଫଆଇର୍ ନ ରଖିଲେ ଆଇଆଇସି ହେବେ ସସ୍‌ପେଣ୍ଡ

0
(0)

ଏଫଆଇର୍ ନ ରଖିଲେ ଆଇଆଇସି ହେବେ ସସ୍‌ପେଣ୍ଡ । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କର । FIR ରଖିବା ସହ ଘଟଣା ସମ୍ପର୍କରେ ଆଲୋଚନା ନକଲେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି କଡ଼ା ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ରାଜ୍ୟରେ ୧୪ଟି ଥାନାର ନୂତନ କୋଠା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ତାଗିଦ କରିବା ସହ ପୋଲିସ ଡିଜିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ବିଧାୟକ ସମୟରେ ତାଙ୍କୁ କେମିତି ପୋଲିସ ହଇରାଣ କରିଥିଲା ସେନେଇ ନିଜ ଅନୁଭୂତି ବଖାଣିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ବିଧାୟକ ଥିବା ବେଳେ ୨୦୧୯ରେ ମୋତେ କେନ୍ଦୁଝର ଆଇଆଇସି ଦୁର୍ବ୍ୟବହାର କରିଥିଲେ । ଗେଟ୍‌ ଆଉଟ ବୋଲି କହିଥିଲେ । ତେଣୁ ପୋଲିସ ବ୍ୟବହାର ପରିବର୍ତ୍ତନ କରୁ ଏବଂ ସାଧାରଣ ଲୋକଙ୍କୁ ସେବା ଯୋଗାଇଦେଉ ବୋଲି ମୋହନ ମାଝୀ କହିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE