ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ
ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ। ଭୁବନେଶ୍ଵର ମହାତ୍ମା ଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସଚେତନତା ରଥକୁ ପତାକା ଦେଖାଇ ସିଗନାଲ ଦେଇଛନ୍ତି। ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟବ୍ୟାପୀ ଗାଁରୁ ସହର ସବୁଠି ଏହି ସଚେତନତା ରଥ ବୁଲିବ। ଲୋକଙ୍କୁ ସୁଭଦ୍ରା ଯୋଜନା ବାବଦରେ ସଚେତନ କରାଇବ।
ସେହିପରି ଅନ୍ୟ ଜିଲ୍ଲାମାନଙ୍କରେ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ଏହି ସଚେତନତା ରଥର ଉଦଘାଟନ କରିବେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଶେଷ ହିତାଧିକାରୀ ଯାଏଁ ସୁଭଦ୍ରା ପଞ୍ଜୀକରଣ ଚାଲିବ। ଧୈର୍ଯ୍ୟ ରଖନ୍ତୁ, ସମସ୍ତଙ୍କ ପାଖରେ ପହଞ୍ଚିବ ସୁଭଦ୍ରା । ଏହାର କୌଣସି ସମୟ ସୀମା ନାହିଁ। ତେଣୁ ମୋ ସେବା କେନ୍ଦ୍ରରେ ଲମ୍ଵା ଧାଡ଼ିରେ ରହିବାକୁ ନିବୃତ୍ତ ରୁହନ୍ତୁ।
Related posts:
ପ୍ରୟାଗରାଜ କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଯୋଗୀଙ୍କ ଆମନ୍ତ୍ରଣDecember 8, 2024
ଆଜି ଚାଷୀ ପାଇବେ ୮ ଶହ ଟଙ୍କାର ଇନପୁଟ୍ ସବସିଡିDecember 8, 2024
ଦେଶର ଦ୍ବିତୀୟ ସର୍ବାଧିକ ପ୍ରଦୂଷିତ ସହର ଅନୁଗୁଳDecember 7, 2024
ବନ୍ଧାହେଲେ ୧୪ ନକଲି ଡାକ୍ତରDecember 6, 2024
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀDecember 6, 2024
ନବୀନଙ୍କ ବଡ଼ ପ୍ରତିକ୍ରିୟା: ବିଜେଡି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲାDecember 6, 2024