ଲୋକଙ୍କୁ ସୁରକ୍ଷା ଦେବ ସୁଦର୍ଶନ ଚକ୍ର
୨୦୩୫ ସୁଦ୍ଧା ସୁଦର୍ଶନ ଚକ୍ର ଆଡଭାନ୍ଡ ୱେପନ ସିଷ୍ଟମ । ଏହାର ଲକ୍ଷ୍ୟ ରହିବ କଭଲି ଦେଶର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସୁରକ୍ଷା ଯୋଗାଇବା ଏବଂ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା । ଆଗାମୀ ୧୦ବର୍ଷ ମଧ୍ୟରେ ଦେଶର ସୁରକ୍ଷା ପ୍ରତି ଯେଉଁସବୁ ଚ୍ୟାଲେଞ୍ଜ ଆସିବ ତାର ସାମନା କରିବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଏହି ଆଡଭାନସ୍ଡ ଡିଫେନ୍ସ ସିଷ୍ଟମ ।
୭୯ତମ ସ୍ବାଧୀନତା ଦିବସ ଏବସରରେ ପ୍ରଧାମମନ୍ତ୍ରୀ ମୋଦି ଦେଶର ଶତ୍ରୁପକ୍ଷଙ୍କୁ ଏଭଳି ଚେତବନୀ ଦେଇଛନ୍ତି । ନ୍ୟାସନାଲ ସିକ୍ୟୁରିଟି କଭର ଅଧିନରେ ଦେଶର ପ୍ରମୁଖ ଅନୁଷ୍ଠାନ, ରେଳ ଷ୍ଟେସନ, ଡାକ୍ତରଖାନା, ଧାର୍ମିକସ୍ଥଳ ଇତ୍ୟାଦିକୁ ରଖାଯିବ ।
ମୋଦି କହିଛନ୍ତି, ଆଗାମୀ ୧୦ବର୍ଷ ଭିତରେ, ଅର୍ଥାତ ୨୦୩୫ ସୁଦ୍ଧା ଆମେ ଆମର ଜାତୀୟ ସୁରକ୍ଷାକୁ ସଂପ୍ରସାରଣ, ସୁଦୃଢ଼ ଏବଂ ଆଧୁନିକୀକରଣ କରିବାକୁ ଲକ୍ଷ୍ୟ ରଖିଛୁ । ଦେଶ ପାଇଁ ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରାଯାଉଛି ।
