ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ
ଆଜି ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ହେବ ଦୋଳପୂର୍ଣ୍ଣିମା । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଏଥିପାଇଁ ଶ୍ରୀମନ୍ଦିରରେ ପାରମ୍ପରିକ ଭାବରେ ପାଳନ କରାଯାଏ ଦୋଳ ଉତ୍ସବ । ଆଜି ଚତୁର୍ଦ୍ଧାମୂର୍ତ୍ତି ସୁନାବେଶ ବା ରାଜାଧିରାଜ ବେଶରେ ବିଭୂଷିତ ହେବେ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ଏବଂ ମା’ ଲକ୍ଷ୍ମୀ ଓ ସରସ୍ବତୀ ଦୋଳ ବେଦୀକୁ ବିଜେ କରିବା ସହ ଫଗୁ ଅବିର ଖେଳିବେ ।
ଏଥିପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଆଶା କରାଯାଉଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଗତକାଲି ପରମ୍ପରା ଓ ରୀତିନୀତି ଅନୁସାରେ ସ୍ବତନ୍ତ୍ର ମେଣ୍ଢା ପୋଡ଼ି ନୀତି ସମ୍ପାଦିତ ହୋଇଥିଲା ।