ଜାତୀୟ

ଖୁବ୍ ଶୀଘ୍ର ପୃଥିବୀକୁ ଫେରିବେ ସୁନିତା ୱିଲିୟମ୍ସ

0
(0)

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଖୁବ୍ ଶୀଘ୍ର ପୃଥିବୀ ପୃଷ୍ଠକୁ ଫେରିବେ । ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ଏହି ସୂଚନା ଦେଇଛି । ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଗତବର୍ଷ ଜୁନରୁ ବୋଇଂ ଷ୍ଟାରଲାଇନରରେ ଯାନ୍ତ୍ରିକ ସମସ୍ୟା ଯୋଗୁ ମହାକାଶରେ ଫସି ରହିଛନ୍ତି । ମଙ୍ଗଳବାର ନାସା କହିଛି ଯେ ମାର୍ଚ୍ଚ ମଧ୍ୟଭାଗରେ ସେମାନଙ୍କୁ ଫେରାଇ ଅଣାଯିବ ।

ଉଭୟ ମହାକାଶଚାରୀ ଗତ ୮ ମାସ ଧରି ମହାକାଶ ଷ୍ଟେସନରେ ଫସି ରହିଛନ୍ତି ।ଏହା ପୂର୍ବରୁ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ୍ ସମୟ ଧାର୍ଯ୍ୟ କରାଯାଇଥିଲା । ସେମାନଙ୍କୁ ଏକ SpaceX କ୍ୟାପସୁଲରେ ଭୂପୃଷ୍ଠକୁ ଫେରାଇ ଅଣାଯିବ ।

ସୁନିତା ୱିଲିୟମ୍ସ ଗତ ବର୍ଷ ଜୁନ୍ ୫ରେ ବୁଚ୍ ୱିଲମୋରଙ୍କ ସହ ଆଇଏସଏସ (ISS)ରେ ପହଞ୍ଚିଥିଲେ । ତାଙ୍କୁ ଏକ ସପ୍ତାହ ପରେ ଫେରିବାର ଥିଲା । ଦୁହେଁ ବୋଇଂର ନୂତନ ଷ୍ଟାରଲାଇନର୍ କ୍ୟାପସୁଲ୍ ଟେଷ୍ଟ ପାଇଁ ଯାଇଥିଲେ । କିନ୍ତୁ ଏଥିରେ ତ୍ରୁଟି ଦେଖାଦେବା ପରେ ସେମାନେ ଆଇଏସଏସରେ ହିଁ ଫସି ଯାଇଥିଲେ । ଏବେ ସେହିଠାରେ ହିଁ ସେମାନେ ଫସି ରହିଛନ୍ତି ।

ପୂର୍ବରୁ ନାସା ଚଳିତ ଫେବୃୟାରୀରେ ସୁନୀତା ଓ ବୁଚ୍ ୱିଲମୋରଙ୍କୁ ଏଲନ୍ ମସ୍କଙ୍କ କମ୍ପାନୀ SpaceXର ଡ୍ରାଗନ୍ ମହାକାଶଯାନ ମାଧ୍ୟମରେ ଫେରାଇ ଆଣିବା ବିଷୟରେ ସୂଚନା ଦେଇଥିଲା । କିନ୍ତୁ ଏହା ହୋଇପାରି ନାହିଁ ।

ନାସା ଅନୁସାରେ, ଏହା ପୂର୍ବ ଘୋଷଣାଠାରୁ କିଛି ସପ୍ତାହ ପୂର୍ବରୁ ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବ । SpaceX ଆଗାମୀ ମହାକାଶଚାରୀ ଉଡ଼ାଣ ପାଇଁ କ୍ୟାପସୁଲ ପରିବର୍ତ୍ତନ କରିବ, ଯାହା ଦ୍ୱାରା ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କୁ ମାର୍ଚ୍ଚ ମଧ୍ୟଭାଗରେ ପୃଥିବୀକୁ ଫେରାଇ ଅଣାଯିବ । ମିଶନ ପ୍ରସ୍ତୁତି ଏବଂ ଏଜେନ୍ସିର ଉଡ଼ାଣ ପ୍ରସ୍ତୁତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏଜେନ୍ସିର କ୍ରୁ-୧୦ ଉଦକ୍ଷେପଣକୁ ମାର୍ଚ୍ଚ ୧୨ ତାରିଖକୁ ଲକ୍ଷ୍ୟ ରଖାଯାଇଛି ।

କ୍ରୁ-୧୦ ମିଶନ୍ ନାସାର ମହାକାଶଚାରୀ ଏନି ମ୍ୟାକକ୍ଲେନ୍ ଓ ନିକୋଲ୍ ଆୟର୍ସ, ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସିର ମହାକାଶଚାରୀ ଟାକୁୟା ଓନିଶି ଏବଂ ରୋସ୍କୋସମସ୍ ମହାକାଶଚାରୀ କିରିଲ୍ ପେସ୍କୋଭଙ୍କୁ ମହାକାଶ ଷ୍ଟେସନକୁ ନେଇଯିବ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE