ସପ୍ଲିମେଣ୍ଟାରୀ ପାସ ହାର ୫୬.୨୩ ଶତକଡା
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅପରାହ୍ନ ୨ଟା ପରେ ଓ୍ବେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ ।
ସପ୍ଲିମେଣ୍ଟାରୀ ପାସ ହାର ୫୬.୨୩ ଶତକଡା ରହିଛି । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୩୪୫୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୧୮୪୪ ଜଣ ଛାତ୍ର ପାସ କରିଛନ୍ତି ।
ସେହିପରି ଓପନ ସ୍କୁଲ ଦ୍ୱିତୀୟ ପରୀକ୍ଷା ୧୦, ୮୦୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୯୭୩ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଓପନ ସ୍କୁଲ ଦ୍ୱିତୀୟର ପାସ ହାର ରହିଛି ୫୫.୨୬ ଶତକଡା ।
