ଟାଟା ଷ୍ଟିଲ୍ ଭାଇସ୍ ପ୍ରେସିଡେଣ୍ଟ ରାଜୀବ କୁମାରଙ୍କ ଇସ୍ତଫା
ଟାଟା ଷ୍ଟିଲ କଳିଙ୍ଗନଗରର ଭାଇସ୍ ପ୍ରେସିଡେଣ୍ଟ ରାଜୀବ କୁମାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ରାଜୀବ କୁମାର ଏବେ ବେଦାନ୍ତ ଗ୍ରୁପରେ ସାମିଲ ହୋଇପାରନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜୀବକୁମାରଙ୍କ ତରଫରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ ।
ଗତକାଲି ରାଜୀବ କୁମାର ଟାଟା ଷ୍ଟିଲ୍ ର ସିଇଓ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଟି.ବି ନରେନ୍ଦ୍ରଙ୍କ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଇସ୍ତଫା ସମ୍ପର୍କରେ ରାଜୀବ କୁମାର ତାଙ୍କ ଅଧୀନସ୍ଥ ଅଧିକାରୀ ଏବଂ ୟୁନିଅନ ନେତାମାନଙ୍କୁ ମଧ୍ୟ ଜଣାଇଥିଲେ ।
ତେବେ ରାଜୀବଙ୍କ ଇସ୍ତଫା କମ୍ପାନୀ ପାଇଁ ଏକ ବଡ଼ ରଣନୈତିକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି କୁହାଯାଉଛି । କାରଣ ସେ ଟାଟା ଷ୍ଟିଲ କଳିଙ୍ଗନଗରର ପ୍ରକଳ୍ପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲେ । ରାଜୀବ କୁମାର ୨୫ ବର୍ଷ ଧରି ଟାଟା ଷ୍ଟିଲ ସହ ଜଡିତ ଥିଲେ ।