ରାଜ୍ୟଶିକ୍ଷା

ଆଦର୍ଶ ଶିକ୍ଷକଙ୍କୁ ଶତ ଶତ ନମନ

0
(0)

ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପହଙ୍ଗା ପଞ୍ଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ଇନ୍ଦ୍ରମଣି କରଙ୍କୁ ତାଙ୍କ ଅବସରରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। 1988 ମସିହାରେ ଶିକ୍ଷକ ଭାବରେ ଏହି ବିଦ୍ୟାଳୟରେ ଯୋଗ ଦେଇଥିବା ଶ୍ରୀ କର, ଦୀର୍ଘ ୩୧ ବର୍ଷ ଧରି ନିଷ୍ଠା, ସମର୍ପଣ ସହିତ ଶିକ୍ଷା ଦାନ କରି ଅନେକ ପିଢ଼ିର ଛାତ୍ରଛାତ୍ରୀଙ୍କ ଜୀବନ ଗଠନ କରିଛନ୍ତି। ତାଙ୍କ ବିଦାୟୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରବିନ୍ଦ୍ର ଘଡ଼ାଇ ସଭାପତିତ୍ୱ କରିଥିଲେ, ଯେଉଁଥିରେ ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦେଶକ ଡ଼ା. ଶୁଭେନ୍ଦୁ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। FASTA ର ରାଜ୍ୟ ସଂପାଦକ ସଦୀପ୍ତ ମହାନ୍ତି ଓ ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ପାତ୍ର ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ।

ସଭାରେ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ଗ୍ରାମବାସୀମାନେ ଉପସ୍ଥିତ ଥିବା ସହ ସଭାକୁ ସ୍ମୃତିମୟ କରିଥିଲେ। ଶ୍ରୀ କରଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା, ଓ ସମସ୍ତଙ୍କ ପାଇଁ ଭୋଜନର ଆୟୋଜନ ମଧ୍ୟ ଥିଲା। ବିଦ୍ୟାଳୟ ପରିସରରୁ ବାଜା ବାଣ ଓ ଆଲୋକ ଶୋଭା ମଧ୍ୟରେ ତାଙ୍କୁ ବିଦାୟ ଦିଆଯାଇ ଘରପର୍ଯ୍ୟନ୍ତ ଛାଡ଼ି ଆଣାଯାଇଥିଲା। ଜଣେ ନିଷ୍ଠାଶୀଳ ଓ ଆଦର୍ଶ ଶିକ୍ଷକ ଭାବେ ଶ୍ରୀ କର ଏହି ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ମନରେ ଚିରଞ୍ଜୀବୀ ରହିବେ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE