ସ୍ୱତନ୍ତ୍ର

ଗୁରୁ ଦିବସ: କଣ ରହିଛି ଏହାର ମହତ୍ୱ, କାହିଁକି ପାଳନ କରନ୍ତି ଗୁରୁ ଦିବସ

0
(0)

ଆଜି ପବିତ୍ର ଗୁରୁ ଦିବସ । ଗୁରୁ ହିଁ ଏକମାତ୍ର ବ୍ୟକ୍ତି ଯିଏ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକ ପ୍ରଦାନ କରନ୍ତି । ଭଗବାନଙ୍କ ନିକଟରେ ପହଁଚିବାର ମାର୍ଗ ହେଉଛ୍ତି ଗୁରୁ । କେବେ ଆକଟ ଭରା କଠୋର ଅନୁଶାସନ ତ କେବେ ଉତ୍ସାବପ୍ରଦ ପ୍ରେରଣା ଦେଇ ଜୀବନରେ ଆଗକୁ ବଢିବାର ବାଟ ଦେଖାନ୍ତି ଗୁରୁ ବା ଶିକ୍ଷକ । ଗୁରୁଙ୍କ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ ପର୍ବ ଗୁରୁ ଦିବସ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସମ୍ମାନରେ ଗୁରୁ ଦିବସ ପାଳନ କରାଯାଏ । ସାରା ଦେଶ ପାଳନ କରୁଛି ଗୁରୁ ଦିବସ । ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ଆଜି ଛାତ୍ରଛାତ୍ରି ନିଜ ନିଜ ଶିକ୍ଷକଙ୍କ ସମ୍ମାନରେ ଧୁମଧାମରେ ପାଳନ କରୁଛନ୍ତି ଗୁରୁ ଦିବସ ।

୧୯୬୨ ମସିହାଠୁ ଗୁରୁଦିବସ ପାଳନ କରାଯାଉଛି । ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କ ଅବଦାନକୁ ମନେ ରଖିବା ପାଇଁ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅବଦାନକୁ ସାମ୍ମାନ ଜଣାଇ ପ୍ରତ୍ୟକ ବର୍ଷ ସେପ୍ଟମ୍ବର ୫ ରେ ବିଦ୍ୟାଳୟ , କଲେଜ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଗୁରୁଦିବସ ପାଳନ କରାଯାଏ । ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପିଲାଦିନ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା । ତାଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ୍ ମିସନାରୀ ସ୍କୁଲରୁ । ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି କରାଯାଇଥିଲା ।ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ରାଧାକ୍ରିଷ୍ଣନ । ୧୯୧୮ରେ ରାଧାକ୍ରିଷ୍ଣନ ମୈସୂର ବିଶ୍ବବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତାହାପରେ କଲିକତା ବିଶ୍ବବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ବବିଦ୍ୟାଳୟ, ମାଂଚେଷ୍ଟର ବିଶ୍ବବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ରାଧାକ୍ରିଷ୍ଣନ । ୧୯୪୯ରେ ସୋଭିଏତ ଋଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ମିଳିଥିଲା ସମ୍ମାନଜନକ ଭାରତ ରତ୍ନ । ଭାରତୀୟ ଦର୍ଶନ,ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶିକ୍ଷା ଆଦିରେ ଶିକ୍ଷାଦାନ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply