ଜାତୀୟ

ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡି ପାଉଁଶ

0
(0)

ଗାଜିଆବାଦ ନନ୍ଦଗ୍ରାମ ଥାନା ଅନ୍ତର୍ଗତ ଏକ ମଦ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ସମସ୍ତ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଖବର ମୁତାବକ, ଅଗ୍ନିକାଣ୍ଡ ରାଜନଗର ଏକ୍ସଟେନସନରୁ ଉତ୍ପନ୍ନ ହୋଇଥିବା ଜଣାପଡିଛି । ଗାଜିଆବାଦ ସହରର ନନ୍ଦଗ୍ରାମ ଥାନା ଅନ୍ତର୍ଗତ ଗୋଟିଏ ମଦ ଦୋକାନରେ ରାଜନଗରର ଏକ୍ସଟେନସନରୁ ନିଆଁ ଲାଗିଥିବା କୁହାଯାଉଛି । ପ୍ରାୟ ରାତି ୧ଟା ସମୟରେ ନିଆଁ ଲାଗିଥିବା ଜଣାପଡିଛି ।

ନିଆଁ ଏତେ ଭୟଙ୍କର ଥିଲା ଯେ, କ୍ଷଣିକ ମଧ୍ୟରେ ଜୋରରେ ନିଆଁ ବ୍ୟାପିଯାଇଥିଲା । ନିଆଁକୁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୪ଟି ଗାଡି ପହଞ୍ଚିଥିଲେ । ପ୍ରାୟ ୧ଘଣ୍ଟାର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଅଗ୍ନିଶମ ବାହିନୀ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE