ଜାତୀୟ

ଆତଙ୍କି ପଢ଼ୁଥିଲା ନମାଜ

0
(0)

ପାକିସ୍ତାନ ଓ ତା’ର ସେନା ଯାହାକୁ ମୌଲବୀ ବୋଲି କହୁଥିଲେ ସେ କୌଣସି ମୌଲବୀ ନୁହେଁ ବରଂ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ପ୍ରମୁଖ ଚେହେରା । ସମାଜ ସେବା ନାଁରେ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଏହି ଆତଙ୍କୀର ନାଁ ହାଫିଜ ଅବଦୁର ରଉଫ୍ । ପ୍ରେସ୍ କନଫରେନ୍ସରେ ପାକିସ୍ତାନ ସେନାର ପ୍ରବକ୍ତା ଏହି କଥାର ସ୍ପଷ୍ଟୀକରଣ ରଖିଥିଲେ ଯେ ଫଟୋରେ ଦେଖାଯାଉଥିବା ବ୍ୟକ୍ତି କୌଣସି ଆତଙ୍କୀ ନୁହଁନ୍ତି ବରଂ ଜଣେ ପରିବାର ସମ୍ଭାଳୁଥିବା ନିର୍ଦ୍ଦୋଷ ମୌଲବୀ । ସେ ଜଣେ ଧର୍ମଗୁରୁ ଏବଂ ଲୋକଙ୍କୁ ଉଚିତ ମାର୍ଗରେ ଯିବା ପାଇଁ ସବୁବେଳେ ପ୍ରେରଣା ଯୋଗାଉଥିବା କହିଥିଲା ପାକ୍ ସେନା । ଏମିତିକି ଉକ୍ତ ଆତଙ୍କୀର ମିଛ ଆଇଡି କାର୍ଡ ଦେଖାଇ ସାଧାରଣ ଲୋକ ବୋଲି କହିଥିଲା ପାକିସ୍ତାନ ସେନା ।

କିନ୍ତୁ ଆତଙ୍କୀର ଜନ୍ମତିଥି ଏବଂ ନ୍ୟାସନାଲ୍ ଆଇଡି ନମ୍ବରକୁ ମିଶାଇବାରୁ ସତ ସାମ୍ନାକୁ ଆସିଥିଲା । ଯାହାକୁ ଆମେରିକା ବିଶ୍ବ ଆତଙ୍କବାଦୀ ଘୋଷଣା କରିଛି ସେ ହେଉଛି ଏହି ଆତଙ୍କୀ ହାଫିଜ ଅବଦୁର ରଉଫ୍ । ଆମେରିକା ଟ୍ରେଜେରୀ ବିଭାଗ ମୁତାବକ,ଏହି ଆତଙ୍କୀ ଲସ୍କର-ଏ-ତୋଏବା ପାଇଁ ଚାନ୍ଦା ଆଦାୟ କରିଥାଏ ।

ପାକିସ୍ତାନ ସେନା ଯେଉଁ ଆଇଡି କାର୍ଡ ଦେଖାଇଥିଲା ସେଥିରେ ଧାର୍ମିକ ସଙ୍ଗଠନର ନାଁ ବ୍ୟବହାର କରି ସତକୁ ଲୁଚାଇବାର କାମ କରୁଥିଲା । ପାକ୍ ସେନା ଯାହାକୁ ଧର୍ମ ପ୍ରଚାରକ ବୋଲି କହୁଥିଲା ସେ ବାସ୍ତବରେ ଅନ୍ତଃରାଷ୍ଟ୍ରୀୟ ଆତଙ୍କବାଦୀ । ଏଥିରୁ ହିଁ ଜଣାପଡୁଛି ଯେ ଆତଙ୍କୀସ୍ତାନ ତା’ର ପୋଷ୍ୟପୁତ୍ର ଆତଙ୍କବାଦୀଙ୍କୁ ସଂରକ୍ଷଣ ଦେବା ପାଇଁ କେତେ ତଳକୁ ଯାଇପାରେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE