ଏସିଆ କପ୍ ୨୦୨୫ରେ ଭାରତର ଲଗାତାର ଦ୍ବିତୀୟ ବିଜୟ
ଏସିଆ କପ୍ ୨୦୨୫ରେ ଭାରତୀୟ ହକି ଦଳର ଦମଦାର ପ୍ରଦର୍ଶନ। ଲଗାତାର ଦ୍ବିତୀୟ ମ୍ୟାଚ୍ରେ ବିଜୟ ଧାରା ବଜାୟ ରଖିଛି ଆୟୋଜକ ଭାରତୀୟ ଟିମ୍। ଦ୍ବିତୀୟ ପୁଲ୍ ମୁକାବିଲାରେ ଜାପାନକୁ ୩-୨ ଗୋଲରେ ହରାଇଛି ଭାରତ। ରବିବାର ବିହାରର ରାଜଗୀରରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦଳ ପକ୍ଷରୁ କ୍ୟାପଟେନ ହରମନପ୍ରୀତ ସିଂହ ସର୍ବାଧିକ ଦୁଇଟି ଗୋଲ ଦେଇଥିଲେ। ସେଭଳି ମନଦୀପ ସିଂହ ଗୋଟିଏ ଗୋଲ୍ କରିବାରେ ସଫଳ ହୋଇଥିଲେ।
ଅନ୍ୟପକ୍ଷେ ଜାପାନ ପକ୍ଷରୁ କୋସେଇ କଓ୍ବାବେ(୩୮ ତମ ମିନିଟ୍ ଓ ୫୯ ତମ ମିନିଟ) ଦୁଇଟି ଗୋଲ କରିଥିଲେ। ଜାପାନ ବିପକ୍ଷ ମ୍ୟାଚ୍ରେ ଭାରତୀୟ ଗୋଲକିପର କୃଷ୍ଣ ବାହାଦୁର ପାଠକ ବି ଭଲ ଖେଳ ପ୍ରଦର୍ଶନ କରିଥିଲେ।କୃଷ୍ଣ ବାହାଦୁରଙ୍କ ଏହା ଥିଲା ୧୫୦ ତମ ଇଣ୍ଟରନ୍ୟାସନାଲ ମ୍ୟାଚ୍। ଉଲ୍ଲେଖନୀୟ ଯେ, ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍ରେ ଚୀନ୍କୁ ୪-୩ ଗୋଲରେ ହରାଇଥିଲା। ଏବେ ଭାରତୀୟ ଦଳ ତା’ର ଶେଷ ପୁଲ୍ ମ୍ୟାଚ୍ରେ ୧ ସେପ୍ଟେମ୍ବର (ସୋମବାର) ଦିନ କାଜାଖସ୍ତାନକୁ ଭେଟିବ।
ମ୍ୟାଚ୍ ଆରମ୍ଭରୁ ଭାରତୀୟ ଦଳ ଦମଦାର ପ୍ରଦଶର୍ନ କରି ପ୍ରଥମ କ୍ୱାର୍ଟରରେ ହିଁ ଦୁଇଟି ଗୋଲ କରିଥିଲା। କ୍ୱାର୍ଟରର ଚତୁର୍ଥ ମିନିଟ୍ରେ ମନଦୀପ ସିଂହ ଚମତ୍କାର ଫିଲ୍ଡ ଗୋଲ ଦେଇଥିଲେ। ପରବର୍ତ୍ତୀ ମିନିଟ୍ରେ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରେ ଗୋଲ ଦେଇ ଭାରତୀୟ ଦଳକୁ ୨-୦ ରେ ଆଗୁଆ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଦେଖିବାକୁ ମିଳିଥିଲା ଜୋରଦାର ଲଢେଇ। ଉଭୟ ଦଳ କୌଣସି ଗୋଲ କରିପାରି ନଥିଲେ। ଉଭୟ ଦଳ ନିଶ୍ଚିତ ଭାବରେ ସୁଯୋଗ ସୃଷ୍ଟି କରିଥିଲେ, କିନ୍ତୁ ଗୋଲ ଗୋଲ କରିପାରି ନଥିଲେ। ହାଫ୍ ଟାଇମ୍ ସୁଦ୍ଧା ସ୍କୋର ଭାରତ ସପକ୍ଷରେ ୨-୦ ଥିଲା। ତୃତୀୟ କ୍ୱାର୍ଟରରେ ଜାପାନର ଆକ୍ରାମକ ଖେଳ ଦେଖିବାକୁ ମିଳିଥିଲା। ୮ ମିନିଟ୍ରେ କୋସେଇ କଓ୍ବାବେ ଜାପାନ ପାଇଁ ଗୋଲ କରି ସ୍କୋରକୁ ୨-୧ରେ କରିଦେଇଥିଲେ। ଏହି ସ୍କୋର ତୃତୀୟ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ରହିଥିଲା। ଏହାପରେ ଚତୁର୍ଥ କ୍ୱାର୍ଟରର ଆରମ୍ଭରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହା ଉପରେ କ୍ୟାପଟେନ ହରମନପ୍ରୀନ ସିଂହ ଗୋଲ୍ କରି ଭାରତକୁ ୩-୧ ରେ ଆଗକୁ ନେଇ ଯାଇଥିଲେ। ଜାପାନ ଟିମ୍ ଏହି ଗୋଲ୍ ପାଇବା ପରେ ଖୁବ୍ ଲଢେଇ କରିଥିଲା। ଖେଳ ଶେଷ ହେବାର ପାୟ ୨ ମିନିଟ୍ ପୂର୍ବରୁ କଭାବେ ଗୋଲ୍ କରିବାରେ ସଫଳ ହୋଇଥିଲେ।
ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ହକି ଦଳର ପ୍ରଥମ ମ୍ୟାଚ୍ ଚୀନ୍ ଦଳ ବିପକ୍ଷରେ ଥିଲା, ଯାହାକୁ୪-୩ ଗୋଲରେ ଜିତିବାରେ ସଫଳ ହୋଇଥିଲେ। ଏବେ ଭାରତୀୟ ଦଳ ଜାପାନ ବିପକ୍ଷରେ ସମାନ ଲୟ ଜାରି ରଖିଛି। ପୁଣିଥରେ, ଅଧିନାୟକ ହରମନପ୍ରୀତ ସିଂହ ଭାରତ ପାଇଁ ସର୍ବାଧିକ ୨ଟି ଦେଇଥିବା ବେଳେ ରାଜ କୁମାର ପାଲ୍ ଗୋଟିଏ ଗୋଲ କରିଛନ୍ତି। ଭାରତୀୟ ହକି ଟିମ୍ ଜାପାନ ଭଳି ଶକ୍ତିଶାଳୀ ଟିମ୍କୁ ପରାସ୍ତ କରିଛି। ଯିଏକି ଜାପାନ ନିଜର ପ୍ରଥମ ମ୍ୟାଚରେ କଜାଖସ୍ତାନକୁ ୭-୦ରେ ହରାଇଥିଲା।
ଏସିଆ କପରେ ଜାପାନ ବିପକ୍ଷରେ ଲଗାତାର ଦ୍ୱିତୀୟ ବିଜୟ ସହିତ, ଭାରତୀୟ ଦଳ ସୁପର-୪ରେ ନିଜର ସ୍ଥାନ ସୁରକ୍ଷିତ କରିବାରେ ସଫଳ ହୋଇଛି। ଆଜିର ମ୍ୟାଚରେ ଜିତିବା ପରେ ଭାରତ ଏବେ କଜାଖସ୍ତାନବିପକ୍ଷରେ ସୋମବାର ବା ୧ ସେପ୍ଟମ୍ବରରେ ଖେଳିବ। ଏପର୍ଯ୍ୟନ୍ତ ପୁଲ-ଏର ପଏଣ୍ଟ ଟେବୁଲରେ, ଭାରତୀୟ ଦଳ ଦୁଇଟି ବିଜୟ ପରେ ୬ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଅଛି। ଅନ୍ୟପକ୍ଷରେ, ଏହି ମ୍ୟାଚ୍ରେ ଜାପାନର ପରାଜୟ ଯୋଗୁଁ, ସେମାନେ ଏବେ ତିନି ପଏଣ୍ଟ ସହିତ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଚୀନ୍ ଦଳ ପୁଲ ଏ-ରେ ତିନି ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ଅଧିନାୟକ ହରମନପ୍ରୀତ ସିଂହ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ରେ ଭାରତୀୟ ଦଳ ପାଇଁ ସର୍ବାଧିକ ଗୋଲ ସ୍କୋର କରିଛନ୍ତି, ଯେଉଁଥିରେ ସେ ଏପର୍ଯ୍ୟନ୍ତ ମୋଟ ୫ଟିଗୋଲ କରିଛନ୍ତି। ଅନ୍ୟପକ୍ଷରେ, ଭାରତ ବିପକ୍ଷ ମ୍ୟାଚ୍ରେ ଜାପାନ ପକ୍ଷରୁ କାୱାବେ ୨ଟି ଗୋଲ ସ୍କୋର କରିଛନ୍ତି।
