ଜାତୀୟ

ଦିଲ୍ଲୀରେ ବଢ଼ିଲା ଜିଲ୍ଲା ସଂଖ୍ୟା

0
(0)

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦିଲ୍ଲୀର ପୂର୍ବରୁ ଥିବା ୧୧ଟି ରାଜସ୍ୱ ଜିଲ୍ଲାର ପୁନର୍ଗଠନ ଏବଂ ୧୩ଟି ନୂତନ ରାଜସ୍ୱ ଜିଲ୍ଲା ସୃଷ୍ଟିକୁ ମଞ୍ଜୁରି ଦିଆଯାଇଛି । ତେବେ ଏହି ନିଷ୍ପତ୍ତି ପ୍ରଶାସନକୁ ସରଳ ଏବଂ ସ୍ୱଚ୍ଛ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବରେ ବିଚାର କରାଯାଉଛି। ଦିଲ୍ଲୀରେ ଜିଲ୍ଲା ସଂଖ୍ୟା ସମସ୍ୟା ଏକ ଦୀର୍ଘକାଳୀନ ସମସ୍ୟା ଥିଲା, ଯାହାକୁ ରେଖା ସରକାର ମାତ୍ର କିଛି ମାସ ମଧ୍ୟରେ ସମାଧାନ କରିଛନ୍ତି ବୋଲି କୁହାଯାଉଛି ।

ଦିଲ୍ଲୀରେ ଯୋଡ଼ା ଯାଇଥିବା ତିନୋଟି ନୂଆ ଜିଲ୍ଲା ହେଉଛି ପୁରୁଣା ଦିଲ୍ଲୀ, ସେଣ୍ଟ୍ରାଲ ନର୍ଥ ଏବଂ ଆଉଟର୍ ଦିଲ୍ଲୀ । ନୂଆ ବ୍ୟବସ୍ଥା ଅନୁଯାୟୀ ଗୋଟିଏ ଜିଲ୍ଲା, ଶାହଦରାକୁ ଦିଲ୍ଲୀର ଜିଲ୍ଲା ଲିଷ୍ଟରୁ ହଟାଇ ଦିଆଯାଇଛି ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କହିବା କଥା, ଜିଲ୍ଲା ପ୍ରଶାସନ ଯେକୌଣସି ଶାସନର କେନ୍ଦ୍ରବିନ୍ଦୁ ଏବଂ ଜନସାଧାରଣଙ୍କ ଜୀବନର ନିକଟତମ ସରକାରୀ ଅଫିସ୍ ।

ଦିଲ୍ଲୀର ଦ୍ରୁତ ବର୍ଦ୍ଧିତ ଜନସଂଖ୍ୟା, ନିର୍ମାଣ କାର୍ଯ୍ୟକଳାପ, ସହରାଞ୍ଚଳ ପ୍ରସାର ଏବଂ ନାଗରିକ ସେବାର ଜଟିଳତାକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନକୁ ଅଧିକ ସଂଗଠିତ, ପ୍ରଭାବଶାଳୀ ଏବଂ ଉତ୍ତରଦାୟୀ କରିବା ଆବଶ୍ୟକ ଥିଲା । ଯେଉଁ କାରଣ ପାଇଁ ଦିଲ୍ଲୀରେ ଜିଲ୍ଲା ସଂଖ୍ୟାକୁ ବୃଦ୍ଧି କରାଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE