ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକ: ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର
ଆଜି ରାଜ୍ୟ କ୍ୟାବିନେଟର ୩୦ ତମ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି କ୍ୟାବିନେଟ ବୈଠକରେ ମୋଟ ୯ ଟି ବିଭାଗର ୧୨ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl।
ବଢ଼ିଲା ମୁଖ୍ୟମନ୍ତ୍ରୀ ମେଧା ପ୍ରୋତ୍ସାହନ ଯୋଜନାର ଛାତ୍ର ବୃତ୍ତି, ଡିସେମ୍ବର ୧ ତାରିଖରୁ ହେବ ଲାଗୁ । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗ ବିକାଶ ବିଭାଗ ଦ୍ୱାରା ସ୍ଥାପିତ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ। ଉଭୟ ପ୍ରି ମାଟ୍ରିକ୍ ଓ ପୋଷ୍ଟ ମାଟ୍ରିକ୍ ବୃତ୍ତି ଭାବେ ଏହି ରାଶିକୁ ବୃଦ୍ଧି କରାଯାଇଛି।
ବଦଳିଲା ବାଲି, ପଥର ଖାଦାନ ନିଲାମ ପ୍ରକ୍ରିୟା, ଏବେ ଇ-ଲଟେରିରେ ବଣ୍ଟାଯିବ ଖାଦାନ। ବାଲି, ମୋରମ ଓ ପଥର ଭଳି ମାଇନର ମିନେରାଲ ଖନନ, ଉତ୍ତୋଳନ ଏବଂ ପରିବହନକୁ ନେଇ ଲାଗି ରହିଥିବା ବିବାଦକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ଇ ଲଟେରୀ ବ୍ୟବସ୍ଥା ପ୍ରଚଳନ କରିବେ। ଏହାକୁ ରାଜ୍ୟ କ୍ୟାବିନେଟ୍ ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ଚୋରା ଚାଲାଣକୁ ରୋକାଯାଇପାରିବ ବୋଲି ଆଶା କରାଯାଇଛି।
ରାଜ୍ୟରେ ଶିଳ୍ପାୟନକୁ ସମ୍ପ୍ରସାରଣ ଏବଂ ନିବେଶକଙ୍କ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟିକ ରିବା ଲାଗି ଖଣିଜ ପ୍ରଶାସନ ଆଇନରେ ପରିବର୍ତ୍ତନ ଆଣିଛନ୍ତି। ଏହିକ୍ରମରେ ଏକ ନୂଆ ନିୟମ ପ୍ରଚଳନ କରାଯିବ। ବେଆଇନ ଖଣିକାରବାର ନିରୋଧ ଏବଂ ବ୍ୟବସାୟ, ପରିବହନ ଏବଂ ଭଣ୍ଡାରଣ ନିୟ୍ରନ୍ତ୍ରଣ ନିୟମ ୨୦୨୫ ନାମରେ ଏହା ପ୍ରଚଳିତ ହେବ। ୨୦୦୭ ମସିହାରୁ ରାଜ୍ୟରେ କାର୍ଯ୍ୟ କରୁଥିବା ବେଆଇନ ଖଣିଜ କାବରର ନିରୋଧ ନିୟମକୁ ଏହା ଉଚ୍ଛେଦ କରିବ। ଏ ନେଇ ରାଜ୍ୟ ଇସ୍ପାତ ଓ ଖଣିଜ ବିଭାଗ ଦେଇଥିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ଲଗାଇଛି।
ବସ୍ତିବାଲାଙ୍କୁ ଆବଣ୍ଟିତ ଘରର ପରବର୍ତ୍ତୀ ସମୀକ୍ଷା କରିବେ ସରକାର, ସବୁ ରେକର୍ଡ ମଗାଯିବ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପୂର୍ବ ସରକାର ସମରେ ବଣ୍ଟା ଯାଇଥିବା ଗୃହ ରେକର୍ଡକୁ ଯାଞ୍ଚ କରିବେ ସରକାର। ଏଥିନେଇ କ୍ୟାବିନେଟ୍ ସାଧାରଣ ବିଭାଗକୁ କ୍ଷମତାପନ୍ନ କରିଛନ୍ତି। ଯେଉଁମାନଙ୍କୁ ଘର ବଣ୍ଟା ଯାଇଚି ବାସ୍ତବରେ ତାହାର ସ୍ଥିତି କ’ଣ, ଠିକ୍ ଲୋକଙ୍କୁ ତାହା ଆବଣ୍ଟନ ହୋଇଛି କି ନା ଏବଂ ଏହାର ଅବସ୍ଥିତି ଏବେ କେଉଁଠି ସେ ରେକର୍ଡକୁ ସରକାର ଯାଞ୍ଚ କରିବେ।
ଏସ୍ଆଇ ନିଯୁକ୍ତି ଦୁର୍ନୀତିରୁ ମୋହନଙ୍କୁ ଶିକ୍ଷା: ପୁଲିସ ନିଯୁକ୍ତି ପାଇଁ ଗଠନ ନୂଆ ନିଯୁକ୍ତି ସଂସ୍ଥା । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧୀନରେ ଥିବା ଗୃହ ବିଭାଗରେ ହୋଇଥିବା ନିଯୁକ୍ତି ଦୁର୍ନୀତି ଦେଶରେ ଚହଳ ପକାଇଥିଲା। ସାରା ଭାରତରେ ଓଡ଼ିଶା ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା କେତେ ଦୁର୍ନୀତିଯୁକ୍ତ ତାହାକୁ ପ୍ରମାଣିତ କରିଥିଲା। ଏହି ନିଯୁକ୍ତି ପ୍ରକ୍ରିୟାକୁ ବାତିଲ କରି ଏବେ ସରକାର ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଛନ୍ତି। କିନ୍ତୁ ନିଜେ ସଜାଗ ହୋଇଛନ୍ତି। ଆଗକୁ ଯେମିତି ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ପରି ଘଟଣା ସାମ୍ନାକୁ ନ ଆସିବ ସେଥିଲାଗି ଏକ ସ୍ୱଥନ୍ତ୍ର ନିଯୁକ୍ତି ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ପ୍ରତି ବ୍ଲକରେ ଖୋଲିବ ପରିସଂଖ୍ୟାନ କାର୍ଯ୍ୟାଳୟ, ପଦବୀରେ ହେବ ବ୍ୟାପକ ପରିବର୍ତ୍ତନକରାଯାଇଛି। ରାଜ୍ୟ ସରକାର ଯୋଜନା ଓ ସଂଯୋଜନ ବିଭାଗରେ କାର୍ଯ୍ୟ କରୁଥିବା ଓଡ଼ିଶା ଅଧସ୍ତନ ପରିସଂଖ୍ୟା ସର୍ଭେୟର ପଦବୀରେ ବ୍ୟାପକ ପରିବର୍ତନ ଆଣିବାକୁ ଯାଉଛନ୍ତି। ଏଠାରେ କାର୍ଯ୍ୟ କରୁଥିବା କ୍ଷେତ୍ର ସର୍ଭେୟରଙ୍କ ପଦବୀ ସଂଖ୍ୟାକୁ ବିଭାଜିତ କରି ବ୍ଲକସ୍ତରରେ ଅଧିକ ନିଯୁକ୍ତିକୁ ଧ୍ୟାନ ଦେଇଛନ୍ତି। ଏହାର ଲକ୍ଷ୍ୟ ରହିଛି ପ୍ରତି ବ୍ଲକରେ ପୂର୍ଣ୍ଣ କାଳୀନ ପରିସଂଖ୍ୟାନ କାର୍ଯ୍ୟାଳୟକୁ ପରିଚାଳନା କରିବା। ଅର୍ଥାତ୍ ପ୍ରତି ବ୍ଲକର ପରିସଂଖ୍ୟାନ କାର୍ଯ୍ୟାଳୟକୁ ସକ୍ଷମ କରାଇ ତୃଣମୂଳ ସ୍ତରରେ ତଥ୍ୟ ସଂଗ୍ରହ ଲାଗି ଏହି ପଦବୀରେ ପୁନର୍ଗଠନ କରାଯାଇଛି।
