ରାଜ୍ୟ

ମେଟ୍ରୋ ପାଇଁ ପ୍ରସ୍ତୁତ ହେଉଛି ନୂଆ ଡିପିଆର

0
(0)

ଭୁବନେଶ୍ଵର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି ନୂଆ ଡିପିଆର । ଏଥିରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ। । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଭୁବନେଶ୍ୱର ବିମାନ ବନ୍ଦରରୁ ଜୟଦେବ ବିହାର, ନନ୍ଦନକାନନ ଦେଇ ତ୍ରିଶୁଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମେଟ୍ରୋ ଚାଲିବ ବୋଲି ନିଷ୍ପତ୍ତି ନେଇଥିଲେ ନୂଆ ସରକାର । ଏବେ ପୁଣି ସେଥିରେ କଟକ ବଡ଼ ମେଡିକାଲ ଯୋଡି ହୋଇଛି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ମେଟ୍ରୋ ପ୍ରକଳ୍ପ କେଉଁ ପଟ ଦେଇ କେଉଁଠି କି ଗଡିବ ତାପାଇଁ ଏକ କମିଟି ଗଠନ କରାଯାଇଛି । ସେହି କମିଟି ଦେଶରେ ମେଟ୍ରୋ ଚାଲୁଥିବା ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି । ଏଥିପାଇଁ ନୂଆ DPR ପ୍ରସ୍ତୁତ କରାଯାଉଛି । କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ତିଆରି ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ମେଟ୍ରୋ ପ୍ରକଳ୍ପ କିଭଳି ଫିଜିବୁଲ ହେବ ଏବଂ ଅଧିକ ଲୋକ ଏହାକୁ ବ୍ୟବହାର କରିପାରିବେ ତା’ପାଇଁ ସ୍ୱତନ୍ତ୍ର କମିଟି ଅନୁଧ୍ୟାନ କରୁଛି ।ଏହାସହ ପୁରୀ, ଭୁବନେଶ୍ବର ଓ କଟକର କେଉଁ ପ୍ରମୁଖ ସ୍ଥାନ ମେଟ୍ରୋ ମ୍ୟାପରେ ଯୋଡି ହେବ ସେନେଇ ବି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ଏଥିରେ ପୂର୍ତ୍ତ ବିଭାଗ, ଗୃହ ନିମାଣ ଓ ନଗର ଉନ୍ନୟନ ବିଭାଗ ସହ ମେଟ୍ରୋ ପ୍ରକ୍ପକୁ କୁ ସହଯୋଗ କରୁଥିବା ସବୁ ବିଭାଗକୁ ନେଇ ନୂଆ ଡିପିଆର ପ୍ରସ୍ତୁତ ହେଉଛି । ଏକ୍ସପେର୍ଟ କମିଟି ଖୁବ୍ ଶୀଘ୍ର ତଦନ୍ତ ସାରି ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।ମେଟ୍ରୋ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପ ବଦ୍ଧ। ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ତିନି ଥାକିଆ ହେବ। ଉପରେ ମେଟ୍ରୋ ଯିବ। ତଳେ ରାସ୍ତ ରେ ଗାଡ଼ି ଯିବ। ଏଯାଏଁ ମେଟ୍ରୋ ପ୍ରଳ୍ପପ ପାଇଁ ପୂର୍ବ ସରକାରରେ ୩୯୩ କୋଟି ଟଙ୍କା ଖର୍ଚ୍ଚ ସରିଛି । ପୂର୍ବ ଡିପିଆର ଅନୂଯାୟୀ ପ୍ରକ୍ପପ କାମ ୨୦୨୩ ଠାରୁ ଆରମ୍ଭ ହୋଇଯାଇଛି । ଏହା ୪ ବର୍ଷ ମଧ୍ୟରେ ସରିବାର କାଯ୍ୟ ଥିଲା ।ଏବେ ନୂଆ ଡିପିଆର ଆସିବା ପରେ ତାହା କେତେ ସମୟ ମଧ୍ୟରେ ସରିବ ଓ କେବେ ଆରମ୍ଭ ହେବ ତାହା ଖୁବଶୀଘ୍ର ବିଭାଗ ପ୍ରକାଶ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE