ଓଏସଏସସି ପ୍ରଶ୍ନପତ୍ରରେ ତ୍ରୁଟି
ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (OSSC) ଦ୍ୱାରା ଆୟୋଜିତ ପରୀକ୍ଷାର ପ୍ରଶ୍ନପତ୍ରରେ ପୁଣି ତ୍ରୁଟି ପରିଲକ୍ଷିତ ହୋଇଛି। ଯାହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଘଟଣା ସର୍ବସମ୍ମୁଖକୁ ଆସିବା ପରେ ଓପିଏସସି କର୍ତ୍ତୃପକ୍ଷ ନୋଟିସ୍ ଜାରି କରି ନିଜର ତ୍ରୁଟି ସ୍ବୀକାର କରିଛନ୍ତି।ରବିବାର ଓଏସଏସସିର ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପାଇଁ ପରୀକ୍ଷା ଅନୁଷ୍ଟିତ ହୋଇଥିଲା। ଯେଉଁଠି ଏଭଳି ଗୁରୁତର ସମସ୍ୟା ପରିଲକ୍ଷିତ ହୋଇଛି।
ସୂଚନା ଅନୁଯାୟୀ ଆଜି ଓସିଏ ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ପରୀକ୍ଷା ଥିଲା। ପୂର୍ବାହ୍ନ ୯ଟାରୁ ୧୨ଟା ଆନ୍ଥ୍ରୋପୋଲୋଜିର ପ୍ରଥମ ପେପର ପରୀକ୍ଷା ଥିଲା। ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍ ପରୀକ୍ଷା ଥିଲା। ହେଲେ ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଛି। ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ସୂଚନା ମିଳିଛି।
