ରାଜ୍ୟ

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ

0
(0)

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଆଜିଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଅଧିବେଶନର ଏହି ପର୍ଯ୍ୟାୟରେ ଖର୍ଚ୍ଚଦାବି ନେଇ ଆଲୋଚନା କରାଯିବ। ଏହା ସହ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ଆଜି ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହୋଇପାରେ ।

ମାର୍ଚ୍ଚ ୧୦ରୁ ୨୮ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ରେ ଆରମ୍ଭ ହୋଇଥିଲା। ଫେବ୍ରୁଆରୀ ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବଜେଟ୍ ଉପସ୍ଥାପନ କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ୨୧ ଫେବ୍ରୁଆରୀ ଯାଏଁ ଚାଲିଥିଲା ।

ସେପଟେ ରାଜ୍ୟର ହିତ ପାଇଁ ଚାଲେ ବିଧାନସଭା। ପ୍ରସ୍ତୁତ ହୁଏ ନୀତି , ସରକାରୀ ଯୋଜନା ଓ ଲୋକଙ୍କ ସମସ୍ୟାକୁ ନେଇ ଆଲୋଚନା ହୁଏ , ସରକାରଙ୍କ ଦୋଷ ଦୁର୍ବଳାକୁ ସାମନାକୁ ଆଣିବା ସହ ଲୋକଙ୍କ ସ୍ବାର୍ଥ ପାଇଁ ସ୍ୱର ଉଠାନ୍ତି ବିରୋଧୀ । କିନ୍ତୁ ଅଧିକାଂଶ ସମୟରେ ବିଧାନସଭାରେ ନୀରବ ରହୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କେବଳ ନୀରବ ରହୁଛନ୍ତି ତାହା ନୁହଁ ବିଧାନସଭାରେ ଅନୁପସ୍ଥିତ ରହୁଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE